Monday, October 12, 2026
Home ଜିଲ୍ଲା କନ୍ଧମାଳ ଏକ ଐତିହ୍ୟ। ମାଟି ତଳେ ମନ୍ଦିର ର ଦୃଶ୍ୟମାନ

ଏକ ଐତିହ୍ୟ। ମାଟି ତଳେ ମନ୍ଦିର ର ଦୃଶ୍ୟମାନ

111

କନ୍ଧମାଳ,(ବାଲିଗୁଡା)ଡିସେମ୍ବର ୬(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲାରେ ଲୋକଲୋଚନକୁ ଆସିଛି ଏକ ଐତିହ୍ୟ। ଏହି ଜିଲାର ବିିଭିନ୍ନ ଅଞ୍ଚଳରେ ରାଜା ରାଜୁଡ଼ାଙ୍କ ଶାସନ ଥିଲା। ସେହିସମୟ​‌​‌ରେ ନିର୍ମିତ ମନ୍ଦିରଗୁଡିକ କାଳର କରାଳ ଗର୍ଭରେ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। କେତେକ ଐତିହ୍ୟ ବିଭିନ୍ନ ସମୟରେ ମାଟିତଳୁ ମଧ୍ୟ ଠାବ ହୋଇଥିବା ବେଳେ ଏବେ ପୁଣି ଏକ ମନ୍ଦିର ମାଟିତଳେ ପୋତି ରହିଥିବା ନଜରକୁ ଆସିଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଳକର ସୋନପୁର ପଞ୍ଚାୟତ ହାଇସ୍କୁଲ ନିକଟରେ ମାଟିତଳୁ ଏକ ମନ୍ଦିରର କିଛି ଅଂଶ ଦୃଶ୍ୟମାନ ହୋଇଛି। ମନ୍ଦିରର ଦଧିନଉତି ଭଳି ପଥରରେ ନିର୍ମିତ ଚକ୍ର ଆକୃତିର ଏକ ପଥର ଖଣ୍ଡକୁ ଅଞ୍ଚଳବାସୀ ଯଦିଓ ପୂଜାର୍ଚ୍ଚନା କରୁଛନ୍ତି, କିନ୍ତୁ ଏହାର ସମଗ୍ର ଅଂଶ ମାଟିତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ପଥରଟିକୁ ଖୋଳି ବାହାର କରିବାକୁ ଅଞ୍ଚଳବାସୀ ଉଦ୍ୟମ କରି ବିଫଳ ହୋଇଛନ୍ତି। ଚକ୍ରାକୃତି ପଥର ଦୃଶ୍ୟମାନ ହେବା ପରଠାରୁ ଅଞ୍ଚଳବାସୀ ପୂଜାର୍ଚ୍ଚନା କରି ଆସୁଛନ୍ତି ବୋଲି ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ପୁରୁଷ ପୁରୁଷ ଧରି ଏହାକୁ ଅଞ୍ଚଳବାସୀ ଗୋଟିଚକ୍ର ଭାବରେ ପୂଜା କରି ଆସୁଛନ୍ତି ବୋଲି କହିଛନ୍ତି ସେହି ଗ୍ରାମର ବରିଷ୍ଠ ବ୍ୟକ୍ତି ଦେବେନ୍ଦ୍ର ପାତ୍ର। ଏହି ଚକ୍ରକୁ ଲୋକେ ପିଢିପିଢି ଧରି ଦେଖି ଆସୁଛନ୍ତି ଏବଂ ଏହାକୁ ଲୋକେ ଶିବ ଭଗବାନଙ୍କ ସ୍ଥଳୀ ଭାବେ ଧରି ନେଇଛନ୍ତି। ସ୍ଥାନୀୟ ଲୋକେ କୌତୁହଳବଶତଃ ପଥର ନିର୍ମିତ ଚକ୍ରକୁ ସେଠାରୁ ଉଠାଇବାକୁ ଖୋଳାଖୋଳି କରି ବିଫଳ ହୋଇଛନ୍ତି। ଏହା କୌଣସି ଭଙ୍ଗା ପଥର ଖଣ୍ଡ ନୁହେଁ, ବରଂ ଏହା ଭୁଗର୍ଭରେ ପୋତି ହୋଇଯାଇଥିବା ଗୋଟିଏ ମନ୍ଦିରର ଉପରଭାଗ ବୋଲି ଲୋକେ କହିଚନ୍ତି। ସୋନପୁର ସମେତ ଆଖପାଖରେ ଥିବା ସତୁଙ୍ଗିଆ, ବୁଡ଼୍ରାପଙ୍ଗା, ଜୁଆଙ୍ଗିଆ, ମିସ୍କି ଭଳି ବିଭିନ୍ନ ଅଞ୍ଚଳବାସୀ ଏହି ସ୍ଥଳରେ ପୂଜାର୍ଚ୍ଚନା କରି ଆସୁଛନ୍ତି। କୌଣସି ନିର୍ଦ୍ଦଷ୍ଟ ଦିନରେ ଏହା ପୂଜା କରାଯାଉନଥିଲେ ମଧ୍ୟ ପ୍ରତ୍ୟେକ ପର୍ବପର୍ବାଣିରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ ।