Tuesday, October 13, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲାର ବିିଭିନ୍ନ ପଞ୍ଚାୟତ ସ୍ତରରେ ମଦ ନିବାରଣ ସଚେତନତା ଶୋଭାଯାତ୍ରା

କନ୍ଧମାଳ ଜିଲାର ବିିଭିନ୍ନ ପଞ୍ଚାୟତ ସ୍ତରରେ ମଦ ନିବାରଣ ସଚେତନତା ଶୋଭାଯାତ୍ରା

44

କନ୍ଧମାଳ,(ବାଲିଗୁଡା)ଡିସେମ୍ବର ୬(ସୁକାନ୍ତ କୁମାର ତ୍ରିପାଠୀ):
ମଦକୁ ବିରୋଧ କରି ଗତ କିଛିଦିନ ହେଲା କନ୍ଧମାଳ ଜିଲାର ବିିଭିନ୍ନ ପଞ୍ଚାୟତ ସ୍ତରରେ ମଦ ବିରୋଧି ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଥମ ସୋପାନରେ ଚୋରା ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ସଚେତନ କରିବା ପାଇଁ ମଦ ନିବାରଣ ସଚେତନତା ଶୋଭାଯାତ୍ରା କରାଯାଉଛି। ଏହି ପ୍ରକାରେ କନ୍ଧମାଳ ଜିଲା ରାଇକିଆ ବ୍ଳକର ବିଛିନ୍ନ ପଞ୍ଚାୟତ ଭାବେ ପରିଚିତ ବଡ଼ବାରବା ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଯୁବକ ସଂଘ ସହିତ ଶହ ଶହ ସଂଖ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠି ଓ ମହିଳାମାନେ ସାମିଲ୍‍ ହୋଇଥିଲେ। ଯୁବକ ସଂଘର ସଭାପତି ମସସ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସରପଞ୍ଚ ବନିତା ନାୟକ, ସମିତିସଭ୍ୟ ବାସନ୍ତି ଦଳବେହେରା, ୱାର୍ଡ଼ ମେମ୍ବର ଗଣପତି ମଲିକ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସମତେ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରିଥିଲେ। ଯୁବକ ସଂଘର ଜିସୟା ନାୟକ, ସଂଜୀବ ନାୟକ, ଅଶ୍ମିନୀ ନାୟକ, ଅମିତ୍‍ ନାୟକଙ୍କ ଭଳି ଯୁବକ ସଂଘର ବହୁ ସମସ୍ତ ସଦସ୍ୟମାନେ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ।