Monday, October 12, 2026
Home ଜିଲ୍ଲା କନ୍ଧମାଳ କ.ନୂଆଗାଁ ବ୍ଳକର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନ

କ.ନୂଆଗାଁ ବ୍ଳକର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନ

128

କନ୍ଧମାଳ,(ବାଲିଗୁଡା)ଡିସେମ୍ବର ୬(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂତନ ଭାବେ ମନୋନିତ ହୋଇଥିବା ବ୍ଳକର ଯୁବ ସଭାପତି କୁମୁଦ ଚନ୍ଦ୍ର ମଲିକ, ଉପସଭାପତି ସାମସିଙ୍ଗ୍‍ ଭୁକ୍ତା, ବ୍ଳକ ଛାତ୍ର ସଭାପତି ଦେବବ୍ରତ ବିଶୋୟୀ, ଛାତ୍ର ସଂପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଜେଡ଼ିର ବ୍ଳକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ଳକ ସଂପାଦକ ଭାଗ୍ୟବାନ ବେହେରା, ସଭାନେତ୍ରୀ ଅନିତା ମଲିକ, ନୂଆଗାଁ ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଅଚ୍ୟୁତ ପାତ୍ର, ଗଦାଧର କହଁର, ମାଧୁରୀ ନାଏକ, ଭୀମସେନ ପ୍ରଧାନ, ଯାଦବ ପ୍ରଧାନ, ଉପେନ୍ଦ୍ର କୁମାର ସାହୁ ଓ ନୂଆଗାଁ ବ୍ଳକର ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ।