Wednesday, October 14, 2026
Home ଜାତୀୟ ମହାପରିନିର୍ବାଣ ଦିବସ ଅବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମହାପରିନିର୍ବାଣ ଦିବସ ଅବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

26
Image: India.com

ନୂଆଦିଲ୍ଲୀ, ୬ ଡିସେମ୍ବର ୨୦୨୦(ଜ଼ିଲ୍ଲା ଖବର):
ମହାପରିନିର୍ବାଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟ ମାଧ୍ୟମରେ, ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାପରିନିର୍ବାଣ ଦିବସ ଅବସରରେ ମହାପୁରୁଷ ଡ. ବାବାସାହେବ ଆମ୍ବେଦକରଙ୍କୁ ଆମେ ସ୍ମରଣ କରୁଛୁ। ତାଙ୍କ ବିଚାର ଓ ଚିନ୍ତାଧାରା କୋଟି କୋଟି ଲୋକଙ୍କୁ ଶକ୍ତି ପ୍ରଦାନ କରିଚାଲିଛି। ସେ ଆମ ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।”