Saturday, November 14, 2026
Home ଆଞ୍ଚଳିକ କୁକୁଡାଖଣ୍ଡି:ଗୋଟିଏ ପଲଙ୍କରେ ସୂର୍ଯ୍ୟ ଚନ୍ଦ୍ର

କୁକୁଡାଖଣ୍ଡି:ଗୋଟିଏ ପଲଙ୍କରେ ସୂର୍ଯ୍ୟ ଚନ୍ଦ୍ର

156
ranjan

କୁକୁଡାଖଣ୍ଡି,(ଗଂଜାମ ଜ଼ିଲ୍ଲା) ୬ ଡିସେମ୍ବର ୨୦୨୦(ଇ.ରଞ୍ଜନ):
ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ୱତୀୟ ଦିନରେ ଜନହିତ ରେ ନିର୍ମାଣ ହୋଇଥିବା କାର୍ଯ୍ୟ କୁ ଉଦ୍ଘାଟନ ପାଇଁ ରବିବାର ୧୧ ଟା ରେ ବାହାରି କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିଛନ୍ତି। ଦକ୍ଷିଣପୁର ଗୁଣ୍ଠବନ୍ଧ ଠାରେ କଲ୍ୟାଣ ମଣ୍ଡପ ଉଦ୍ଘାଟନରେ ଉଭୟ ବିଶ୍ରାମ ନେବା ପରେ ବାଳକୃଷ୍ନପୁରଗ୍ରସ୍ତ ଯାଇ ସେଠାରେ ନିର୍ମାଣ ହୋଇଥିବା |

ରାଜୀବ ଗାନ୍ଧି ସେବା କେନ୍ଦ୍ର କୋଠା ,ଶ୍ମଶାନ ମଣ୍ଡପ ଉଦ୍ଘାଟନ କରିବା ସହ ,ବୁଦାଲୁଣ୍ଡି ଠାରେ ଶ୍ମଶାନ ମଣ୍ଡପ ,ପଦରବାଲି ଠାରେ ଶ୍ମଶାନ ମଣ୍ଡପ,ଆମ ଗାଁ ଆମ ବିକାଶ କୋଠା,ମହୁରୀ ତାଲୁକା ବାଉରୀ ଖଦାଳ ସମାଜ କୋଠଘର,ବାଘଝରୀ ଠାରେ ସ୍କୁଲ କୋଠା,ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନା ,ଅଗଂନଓ୍ବାଡି କୋଠା ଉଦଘାଟନ ସହ କମ୍ୟୁନିଟି ସେଣ୍ଟର,ଡବ୍ଲ୍ୟୁବିଏମ ରାସ୍ତା ର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବିଡିଓ ଗଦାଧର ପାତ୍ର,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ସରପଞ୍ଚ ବିଷ୍ନୁପ୍ରିୟା ପାତ୍ର,ସୁଧୀର ରାଉତ,ସନ୍ତୋଷ ଚୌଧୁରୀ,ରଜିତ ପାତ୍ର,ରଘୁ ପାତ୍ରଙ୍କ ସମେତ ବହୁ ଦଳୀୟ କମୀ ଉପସ୍ଥିତ ଥିଲେ।