
ସୁନ୍ଦରଗଡ଼,୬ ଡିସେମ୍ବର ୨୦୨୦ (ବିଶ୍ବରଂଜନ ହୋତା):
ସୁନ୍ଦରଗଡ ର ବିଭିନ୍ନ ସମସ୍ୟା ନେଇ ସୁନ୍ଦରଗଡ ନାଗରିକ କମିଟିର ଏକ ପ୍ରତିନିଧିଦଳ ସଭାପତି ଅଶୋକ କୁମାର ଦାସ ଙ୍କ ନେତୃତ୍ବ ରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସୁନ୍ଦରଗଡ ସହର ର ପାନୀୟଜଳ ର ସମସ୍ୟାର ସମାଧାନ ପାଇଁ ଇବ୍ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ସୁନ୍ଦରଗଡ ଠାରେ ଏକ କର୍ମଜୀବି ମହିଳା ହଷ୍ଟେଲ ର ନିର୍ମାଣ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ଦାବି କରିଥିଲେ।
ଏନ୍ ଟି ପି ସି ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ଓଡିଶା ସରକାର, ଏମ୍ସ ଗ୍ରହଣ କରିବା କୁ କେନ୍ଦ୍ର ସରକାରଙ୍କୁ ଦେଇଥିବାର ପ୍ରସ୍ତାବ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ସ୍ଥାନିୟ ସରକାରି ହସ୍ପିଟାଲ ରେ ଆଇସିୟୁ ସ୍ଥାପନ ପାଇଁ ଦାବି କରିଥିଲେ। ସହରର ରାସ୍ତାଘାଟ ର ସଫେଇ କାର୍ଯ୍ଯ, ନାଳ ନର୍ଧମା ସଫା ଏବଂ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ପୌରପାଳିକା ତରଫରୁ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାମ ନିମ୍ନମାନର କାମ ହେଉଥିବା ପ୍ରତି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଳେ। ଜିଲ୍ଲାର ରାସ୍ତା ଘାଟ ର ସମସ୍ୟା ବିଷେଶ କରି ବାଙ୍କିବାହାଲ ରୁ ଟପରିଆ ଓ ଲହୁଣିପଡା କୋଇଡା ସହିତ ସହର ମାନଙ୍କୁ ସଂଯୋଗ କରୁଥିବାର ରାସ୍ତା ମାନଙ୍କର ଉନ୍ନତିକରଣ ପାଇଁ ପ୍ରତିନିଧିଦଳ ମତ ପୋଷଣ କରିଥିଲେ।
ଅନ୍ୟ ଦାବି ଭିତରେ ସୁନ୍ଦରଗଡ ସହର ପାଇଁ ଏମ ମାଷ୍ଟର ପ୍ଲାନ ପ୍ରସ୍ତୁତି ସୁନ୍ଦରଗଡ ଉନ୍ନୟନ ପରିଷଦ ଗଠନ, ସୁନ୍ଦରଗଡ ଠାରେ କୃଷକ ଭବନ, ଟ୍ରାନ୍ସପୋର୍ଟ ନଗର ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶବସଂସ୍କାର ପାଇଁ ହେଉଥିବା ଜାଳେଣୀ କାଠ ର ଅଭାବ ତୁରନ୍ତ ଦୁର କରିବା ସହିତ, ସ୍ବର୍ଗଦ୍ବାର ଠାରେ ନିର୍ମାଣ ହୋଇଥିବା ଗୃହ ରେ ଯଥେଷ୍ଟ ମାତ୍ରା ରେ ମହଜୁଦ ରଖିବା ପାଇଁ ଦାବି ଯାଣାଇଥିଲେ।
ଏହି ପ୍ରତିନିଧିଦଳ ରେ ସଂପାଦକ ଧର୍ମେଶ କୁମାର ପଟେଲ, ସୁମନ୍ତ କୁମାର ପଣ୍ଡା,ଉପସଭାପତି ପ୍ରଦିପ କୁମାର ସିଂହ, ପୁର୍ବତନ ସଭାପତି ବେଣୂମାଧବ ତ୍ରିପାଠୀ, ଉପସଭାପତି ହରଯେନ୍ଦ୍ର ସିଂହ,ନିମାଇଁ ଚରଣ ନାଏକ, ଗୋପ ମହାନ୍ତି, ଅଜିତ ପ୍ରସାଦ, ସୁରେନ୍ଦ୍ର ସ୍ବର୍ଣକାର, ସହ ସଂପାଦକ ଅମିତାଭ ଯୋଷି, ପ୍ରଣବ ସିଂ, ପଞ୍ଚା ବାର୍ଲା,ଦେବାଶିଷ ଦାସ, କାର୍ଯ୍ୟକାରି ସଭାପତି ସିଦ୍ଧାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।







