ବାଲିଗୁଡା,(କନ୍ଧମାଳ ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲା ଶାଖା ପବ୍ଲିକ ରାଇଟ ଆସିଏସେସନ ତରଫରୁ ବାଲିଗୁଡ଼ା ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି, ଦାବିପତ୍ର ର ଉଦେଶ୍ୟ ହେଲା 1/ମାନବାଧିକାର କର୍ମି ମାନଙ୍କୁ ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ଦେବା ସହିତ ଆଇନ ପ୍ରଣୟନ କରି କଲ୍ଯାଣ ପାଣ୍ଠି ଗଠନ କରିବା 2/ମାନବାଧିକାର କର୍ମୀମାନଙ୍କୁ ଶ୍ରମ କଲ୍ୟାଣ ବିଭାଗର ପଞିକୃତ କରିବା 3/ମାନବାଧିକାର କର୍ମୀମାନଙ୍କୁ ବାର୍ଧକ୍ଯ କାଳିନ ସହାୟତା ପ୍ରଦାନ କରିବା 4/ ମାନବାଧିକାର କର୍ମୀମାନଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା 5/ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମାନବାଧିକାର ର ଅଫିସ ନିମନ୍ତେ ସୁବନ୍ଦୋବସ୍ତ କରିବା ।
ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ସମୟରେ ମାନବାଧିକାର ବାଲିଗୁଡା ବ୍ଲକ ସଭାପତି ଶ୍ରୀ ପଦ୍ମନାଭ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ପାତ୍ର ,ଜିଲ୍ଲା ମିଡିଆ ସେଲ୍ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ରାଇକିଆ ବ୍ଲକ ସଭାପତି ଆଦିତ୍ଯ ସାହାଣୀ ଓଡିଶା ମୋଟର ଚାଳକ ସଂଘ ବଲିଗୁଡା ଶାଖା ର ସଭାପତି ଅଭିରାମ ଦିଗାଳ କନ୍ଧମାଳ ଜିଲ୍ଲା ୟୁଥ୍ ସେଲ୍ ସଭାପତି ଆଲୋକ ନାୟକ ଉପସ୍ଥିତ ଥିଲେ ।








