
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫: ଭାରତୀୟ ବାୟୁସେନାର ମିଗ-୨୧ ଟାଇପ ୬୯ ପ୍ରଶିକ୍ଷଣ ବିମାନ ଗ୍ୱାଲିୟର ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ଏକ ନିୟମିତ ମିଶନରେ ଥିଲା ଏବଂ ଏହା ବାୟୁ ସେନାର ଗ୍ୱାଲିୟର ବିମାନ ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ବିମାନ ଅବତରଣ କରିବା ଲାଗି ପ୍ରୟାସ କରୁଥିବା ସମୟରେ ୬ ନଟିକାଲ ମାଇଲ ଦୂରତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ଏବଂ ସେମାନଙ୍କୁ ଉଦ୍ଧାରକାରୀ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାର ଯାଞ୍ଚ ନିମନ୍ତେ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି ।(ସ୍ରୋତ ପିଆବି)



