Thursday, November 12, 2026
Home ଆଞ୍ଚଳିକ ଋଷିକୁଲ୍ୟା ମୁହାଣରେ ଅଲିଭ ରେଡ଼ଲେଙ୍କ ମିଳନ

ଋଷିକୁଲ୍ୟା ମୁହାଣରେ ଅଲିଭ ରେଡ଼ଲେଙ୍କ ମିଳନ

72

ଗଞ୍ଜାମ,(ଗଂଜାମ ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦ (ପ୍ରଦୀପ କୁମାର ସାହୁ):
ବିଶ୍ୱ ମାନଚିତ୍ରରେ ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଚ ଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ରେ ସାମୁଦ୍ରିକ ବିରଳ କଇଁଚଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ପରିବେଶବିତ, ପର୍ଯ୍ୟଟକ, ବନବିଭାଗ ଓ ସ୍ତାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି। ଶୁକ୍ରବାର ବନବିଭାଗ କର୍ମଚାରୀ ମାନେ ସମୁଦ୍ର ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଋଷିକୁଲ୍ୟା ମୁହାଁଣ ଦକ୍ଷିଣ ଦିଗ ଯଥା ଗୋପାଳପୁର ଓ ନୋଳିଆ ନୁଆଗାଁ ମଧ୍ୟରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ୪ ଯୋଡ଼ା ସାମୁଦ୍ରିକ କଇଁଚ ଙ୍କ ମିଳନ ପ୍ରକ୍ରିୟା ଚାଲିଥିବା ଦେଖିବାକୁ ପାଇଥିଲେ। ଏହା ଋଷିକୁଲ୍ୟା ମୁହାଁଣର କିଛି କିଲୋମିଟର ମଧ୍ୟରେ ଦେଖିବାକୁ ମିଳିଥିଲା।

ନଭେମ୍ବର ପହିଲାରୁ ରମ୍ଭା ଫରେଷ୍ଟର ସୋମନାଥ ମଲିକଙ୍କ ତତ୍ୱାବଧାନରେ ବି.କ୍ରିଷ୍ଣା, ପ୍ରସାଦ କୁମାର ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ଜି.କ୍ରିଷ୍ଣା,ଡବ୍ଲ୍ୟୁ.କେଦାର, ଦୀନବନ୍ଧୁ ବେହେରା, ପଙ୍କଜ ସାହୁ ପ୍ରମୁଖ ବନକର୍ମଚାରୀ ସ୍ପୀଡ଼ ବୋଟରେ ସମୁଦ୍ର ମଧ୍ୟରେ ପ୍ରତି ଦୁଇ ଦିନରେ ଠାରେ ପେଟ୍ରୋଲିଂ କରି ଆସୁଛନ୍ତି। ନଭେମ୍ବର ମାସରେ ଏହି ବିରଳ ପ୍ରଜାତିର କଇଁଚ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ଜଜାର କିଲୋମିଟର ଜଳପଥ ଅତିକ୍ରମ କରି ଓଡିଶା ଉପକୂଳକୁ ଆସିଥାନ୍ତି। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ବିଳମ୍ବରେ କଇଁଚ ମାନେ ସମୁଦ୍ର ଉପକୂଳର ପ୍ରାୟ ୧୫ କିଲୋମିଟର ଦୂରରେ ଅତି କମ ସଂଖ୍ୟକ କଇଁଚ ଦେଖିବାକୁ ମିଳିଥିଲେ।ଋଷିକୁଲ୍ୟା ମୁହାଁଣ ର ୪୫ ଡିଗ୍ରୀ ଉତ୍ତର ଦିଗରେ କିଛି ଦୂରରେ ସମୁଦ୍ରର ଗଭୀରତା ରହିଥିବା ବେଳେ ତାରି ମଧ୍ୟରେ ଛୋଟ ଛୋଟ ପାହାଡ଼ ମାନ ରହିଥିବା ସମୁଦ୍ର ବିଜ୍ଞାନୀ ମାନେ ସୂଚନା ଦେଇଛନ୍ତି।

ଯାହାକୁ ନେଇ ଏହି ଋଷିକୁଲ୍ୟା ମୁହାଁଣ କୁ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ମାନେ ସଙ୍ଗମ ସ୍ଥଳ ଭାବେ ବାଛି ନେଇଥାନ୍ତି। ଓଡ଼ିଶାର ତିନୋଟି ତିନୋଟି ସ୍ଥାନକୁ ଏହି ଅଲିଭ ରିଡ଼ଲେ କଇଁଚ ମାନେ ବାଛି ନେଇଥାନ୍ତି। ଫଳରେ ଋଷିକୁଲ୍ୟା, ଗହୀର ମଥା ଓ ଦେବୀ ମୁହାଁଣ ଅଞ୍ଚଳର ସମୁଦ୍ର ରେ ଏହା ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖାଯାଇଥାନ୍ତି। ମିଳନ ପର୍ବ ପରେ ଗଣ ଅଣ୍ଡାଦାନ ଓ ବାଲୁକା ଶଯ୍ୟାରୁ କୋଟି କୋଟି ସଂଖ୍ୟାରେ ଛୁଆ ଫୁଟିବା ପରେ ବେବି ଅଲିଭ ରିଡ଼ଲେ ନୁଆଁ ଠିକଣା ପାଇ ଗୁରୁଣ୍ଡି ଗୁରୁଣ୍ଡି ସମୁଦ୍ର ମଧ୍ୟକୁ ଯାଇଥାନ୍ତି। ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ବିଶ୍ୱ ର କୋଣ ଅନୁକୋଣରୁ ପର୍ଯ୍ୟଟକ, ଗଣ ମାଧ୍ୟମ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ମାନେ ଆସି ଋଷିକୁଲ୍ୟା ମୁହାଁଣ ରେ ଭିଡ଼ ଜମାଇଥାନ୍ତି।