
ଗଞ୍ଜାମ,(ଗଂଜାମ ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦ (ପ୍ରଦୀପ କୁମାର ସାହୁ):
ଗଞ୍ଜାମ ତହସିଲ ପକ୍ଷରୁ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ନିଳାଦ୍ରୀପୁର ଗ୍ରାମରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ,ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର,ପାଳିବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ଦିଲିପ ଛୋଟରାୟ,ରାଜସ୍ୟ ସୁପ ରଇଜର ଟି.ରମାରାଓ,ଆର ଆଇ ଏନ.ରବି ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥିରେ ଜମିଜମା ପଟା ପାଇଁ ୫୧ ଜଣ ଆବେଦନ କରିଥିବା ବେଳେ ଘରଡିହ ପଟା ପାଇଁ ୮ ଜଣ,୧୮ ଜଣଙ୍କୁ ପଟା ବଣ୍ଟନ କରାଯାଇଥିଲା। ୧୧ ଜଣ ବାସ ହିନ ବ୍ୟକ୍ତି ବାସ ନିମନ୍ତେ ଆବେଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ ଅଫିସର ମାନେ ସହଜିଗ କରିଥିଲେ।


