Thursday, November 12, 2026
Home ଜିଲ୍ଲା ବିଜେପି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

ବିଜେପି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

77
sanatana Nayak

ମୁନିଗୁଡା,(ରାୟଗଡା ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦(ସନାତନ ନାୟକ) :
ରାୟଗଡା ଜିଲ୍ଲାର ମୁନିଗୁଡା ସ୍ଥିତ ସୁଭଦ୍ରା-ଉଦ୍ଧବ ମଙ୍ଗଳ ଭବନ ପରିସରରେ ଆଜି ଭାରତୀୟ ଜନତାପାର୍ଟି ତରଫରୁ ବିସମକଟକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରର ଉଦଘାଟନ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାଲକାନଗିରି ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ କାଳିରାମ ମାଝୀ,ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା,ରଜତ ମାଦଳା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ବେହେରା,ବରିଷ୍ଠ ବିଜେପି

ନେତା ନରସିଂହ ବେହେରା,ରାମକୃଷ୍ଣ ପଣ୍ଡା,ଜି.ବିରଭଦ୍ର ଆଚାରୀ,ଭାସ୍କର ପଣ୍ଡା,ଉପସଭାପତି ବାବୁରାଓ,ମଣ୍ଡଳ ସଭାପତି ଜଗା ଶବର,ରୋହିତ ଦଣ୍ଡସେନା,ବୁଦ୍ଧିଆ ଗୌଡ଼,ରୁଦ୍ର ପ୍ରସାଦ ମୁଗୁଲି ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଭାରତ ମାତା,ବିଜେପି ପ୍ରତିଷ୍ଠାତା ସ୍ବର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦାୟଲଜୀଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ ,ଦୀପଦାନ ସହ ବନ୍ଦେ ମାତରଂ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇ ଥିଲା।ପୂର୍ବତନ ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା ଅତିଥି ପରିଚାୟ ପ୍ରଦାନ କରିଥିଲେ।

ଏହି ଅବସରରେ ଟୁନା ବଂଛର, ରାଜକିଶୋର ବେହେରାନୁତନ ଭାବେ ବିଜେପିରେ ଯୋଗ ଦେଇଥିଲେ।ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଉଦଘାଟନୀ ଅବିଭାଷାଣ ପରେ ମୁନିଗୁଡା, ଅମ୍ବାଦଳା, ବିଷମକଟକ, କୋଲନରା,ଦୁର୍ଗୀ,କଲ୍ୟାଣସିଙ୍ଗ ପୁର,ମୁକୁନ୍ଦ ପୁର,ଓ ମାଝୀଗୁଡା ଆଦି ଆଠଟି ମଣ୍ଡଳରୁ ମନୋନୀତ ସକ୍ରିୟ କର୍ମୀ ମାନଙ୍କୁ ବିଜେପିର ବିକାଶ ଓ ଇତିହାସ,ଦଳୀୟ ଦାୟିତ୍ୱ,ବିଚାରଯୁକ୍ତ ପରିବାର,ବ୍ୟକ୍ତିତ୍ୱର ବିକାଶ,ବିଗତ ଛଅ ବର୍ଷର ଅନ୍ତୋଦୟୀ ପ୍ରାଯତ୍ନ,ରାଷ୍ଟ୍ରୀୟ ସୁରକ୍ଷା,ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ,ଆଦି

ସମ୍ବନ୍ଧରେ ସର୍ବଶ୍ରୀ କାଳିରାମ ମାଝି, ମୀନକେତନ ହିକକା,ରଜତ ମାଦଳା,ଶିବଶଙ୍କର ଉଲ୍ଲାକା,ରମେଶ ମାଝୀ ସାମନ୍ତ,ଗୌରାଙ୍ଗ ଚରଣ ରାଉତ,ପ୍ରଶାନ୍ତ ମହାନ୍ତି,ରାମଚନ୍ଦ୍ର ବେହେରା ପ୍ରମୁଖ ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବିଶେଷତ କର୍ମୀମାନେ ଦଳକୁ ଭଲରୁପେ ବୁଝିବା ସହ ଶୃଙ୍ଖଳାବୋଧ ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପ୍ରଶିକ୍ଷକ ମାନେ ପରାମର୍ଶ ଦେଇଥିଲେ।ଶେଷରେ ମୁନିଗୁଡା ମଣ୍ଡଳ ସଭାପତି ତଥା ସ୍ଥାନୀୟ ସରପଞ୍ଚ ଜଗା ଶବର ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।