ଆସିକା,(ଗଞ୍ଜାମ ଜିଲ୍ଲା) ୫ ଡିସେମ୍ବର ୨୦୨୦(ବ୍ୟୁରୋ):
ଆସିକା ଏନଏସି ପକ୍ଷରୁ ଜବରଦଖଲ ଉଚ୍ଛେଦ l ସହରର ହାଟପଦା ସ୍ଥିତ ମାଛ ମାର୍କେଟ ଓ ପରିବା ମାର୍କେଟରେ ସରକାରୀ ଜାଗାରେ ଜବରଦଖଲ କରିଥିବା ଘର ଉପରେ ମାଡିଲା ସରକାରୀ ଵୋଳ୍ଡଜର l ସହର କୁ ସୈନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟରେ ଏହି ଜବରଦଖଲ ଉଚ୍ଛେଦ କରା ଯାଇଥିବା | ଜଣା ପଡିଛି ଓ ଆଗାମୀ ଦିନରେ କଳିଙ୍ଗ ରୋଡ଼, ଲକ୍ଷ୍ମୀ ବଜାର, ବିନାୟକ ବଜାର,ପଲ୍ଲୀ ଛକ,ଵାଣିଵିହାର ଓ ଵାଣିଵିହାର ମେନ୍ ରୋଡ଼ ସହ ଆସିକା ଏନ୍ଏସି ର ସମସ୍ତ ଜବରଦଖଲ ଉଚ୍ଛେଦ |
କରାଯିବା ନେଇ ଏନ୍ ଏସି ପକ୍ଷରୁ ସୂଚନା ମିଳିଥିବା ବେଳେ ଆଜି ଉଛେଦ ସମୟରେ ଆସିକା ତହସିଲଦାର, ଆସିକା ଥାନା ଅଧିକାରୀ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ବିଦୁତ ବିଭାଗ ଜେଇ ସହିତ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ।









