Wednesday, November 11, 2026
Home ଆଞ୍ଚଳିକ “ମୋ ସରକାର” କାର୍ଯ୍ୟଶୈଳୀ କୁ ନେଇ ପ୍ରଶଂସା ସାଉଁଟିଲେ କୋଦଳା ଆଇଆଇସି

“ମୋ ସରକାର” କାର୍ଯ୍ୟଶୈଳୀ କୁ ନେଇ ପ୍ରଶଂସା ସାଉଁଟିଲେ କୋଦଳା ଆଇଆଇସି

130
ଶ୍ରୀ ଦେବାଶିଷ ମହାନ୍ତି,କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ

କୋଦଳା,(ଗଂଜାମ ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦(ଦେବାଶିଷ ମହାରଣା):
ରାଜ୍ୟରେ “ମୋ ସରକାର” ଅଧୀନରେ କାର୍ଯ୍ୟରତ ଓଡିଶା ପୋଲିସ ବିଭାଗର ସମସ୍ତ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ନିଜର ମହତକାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରଂଶସାର ପାତ୍ର ହୋଇଥାନ୍ତି । ସେମାନଙ୍କ କାର୍ଯ୍ୟଦକ୍ଷତା, କାର୍ଯ୍ୟଶୈଳୀ ଓ ନିର୍ଦ୍ଧେଶ ନିମନ୍ତେ ଅତିଶୀଘ୍ର ଜନତାଙ୍କ ମନ ଜିଣିଥାନ୍ତି । ଏମିତି ଜଣେ ପୋଲିସ ଅଧିକାରୀ ଙ୍କୁ ପାଇ ଗର୍ବ ଅନୁଭବ କରୁଛି ଅଞ୍ଚଳ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି କଥା ।

୨୨.୧୦.୨୦୧୯ରିଖ କୋଦଳା ଥାନାରେ ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେଇ ଦାୟିତ୍ୱ ନେବା ପରଠାରୁ ଏହି ଅଞ୍ଚଳରେ ଘଟି ଚାଲିଥିବା ଅନୈତିକ କାର୍ଯ୍ୟ, ମଦ ମାଫିଆ,ଲୁଟେରା ଓ ବିଭିନ୍ନ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ସନ୍ଦିଗ୍ଧ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ମୁଖ୍ୟତଃ ଚୋରା ମଦ ବେପାରୀ ମାନଙ୍କ ଉପରେ ଥାନାଧିକାରୀଙ୍କ ତୁହାକୁ ତୁହା କଡା ଆଭିମୁଖ୍ୟ ଓ ଚେତାବନୀ ଫଳରେ ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଯାହାଫଳରେ ଅଭିଯୁକ୍ତ ମାନେ ପୁଣି ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ସହସ୍ର ଥର ଭାବୁଛନ୍ତି।

ଏଥିସହ ଉକ୍ତ ଥାନା ସମେତ ବେଗୁନିଆପଡା ଫାଣ୍ଡି ର ସମସ୍ତ ପୋଲିସ ଅଧିକାରୀଙ୍କ ସହାୟତାରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତି ଉତ୍ତମ ମାନର ନିୟନ୍ତ୍ରଣ ହୋଇପାରିଛି । ନିହାତି ଭାବେ ଯାହାର ଶ୍ରେୟ ଯାଉଛି ଥାନାଧିକାରୀଙ୍କୁ। ଜନସାଧାରଣଙ୍କ ମତରେ ପୂର୍ବ ଅପେକ୍ଷା ଅନେକ ମଦ ମାଫିଆ ଙ୍କୁ ଗିରଫ କରିବା ସହ ମଦ ଜବତ କରି ମଦ ପୋଚ ମଧ୍ୟ ନଷ୍ଟ କରାଯାଉଛି। କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଅପରାଧୀ ମୁକ୍ତ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

ଏତଦ ବ୍ୟତୀତ ଲୋକମାନଙ୍କୁ ସଡ଼କ ସୁରକ୍ଷା, ସାଇବର ଠକେଇ ଓ କରୋନାର ଭୟବହତା ସମୟରେ ପଦଯାତ୍ରା କରି ସମସ୍ତଙ୍କୁ ସଚେତନ କରାଇଥିବା ପ୍ରକୃତ କରୋନା ଯୋଦ୍ଧା ଙ୍କୁ ନେଇ ବର୍ତ୍ତମାନ ଜନସାଧାରଣ, ବୁଦ୍ଧିଜୀବୀ ଓ ସ୍ଥାନୀୟ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କୁ ସାଧୁବାଦ ଜଣେଇଥିବା ସହ ଭବିଷ୍ୟତରେ ଏମିତି କାର୍ଯ୍ୟ ବଜାୟ ରଖିବା ନେଇ ଦୃଢ଼ ଆଶା ବାନ୍ଧିଛନ୍ତି ।