ବ୍ରହ୍ମପୁର/କୁକୁଡାଖଣ୍ଡି (ଗଂଜାମ ଜ଼ିଲ୍ଲା) ୫ ଡିସେମ୍ବର ୨୦୨୦(ରଞ୍ଜନ):
ବ୍ରହ୍ମପୁର ଗ୍ରସ୍ତରେ ଶୁକ୍ରବାର ସନ୍ଦ୍ୟା ରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପହଂଚି ଦୁଇ ଦିନ କୁକୁଡାଖଣ୍ଡି ବ୍ଲକ ଓ ଦିଗପହଣ୍ଡି ବ୍ଲକର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର ଉଦ୍ଘାଟନ ସହ କାର୍ଯ୍ୟକ୍ରମ ଯୋଗଦେବା ପାଇଁ ବିଧାନସଭା କାର୍ଯ୍ୟ ରୁ ଛୁଟିଆସି ନିଜ ନିର୍ବାଚିତ ସ୍ଥଳରେ ଯୋଗଦାନ କରି ପ୍ରଥମେ ଆଙ୍କୁଶପୁର ପଞ୍ଚାୟତ ଅଧିନରେ ଥିବା ରତ୍ନପୁର ଗ୍ରାମରେ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ, ଆଙ୍କୁଶପୁର ଗୋଷ୍ଠୀ ସୂଚନା କେନ୍ଦ୍ର ଉଦ୍ଘାଟନ କରିବା ସହ ନିର୍ମାଣ ହେବା କୁ ଥିବା କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରି କୁକୁଡାଖଣ୍ଡି ଗ୍ରସ୍ତରେ ଯାଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ |
ଏବଂ ଭିନ୍ନକ୍ଷମ ଛୋଟ ପିଲାଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟସମ୍ପାଦନ କରିବା ସହ ନୂତନ ନିର୍ମାଣlଧିନ କାର୍ଯ୍ୟ ପ୍ରାୟ 40ଲକ୍ଷ ଟଙ୍କା ରେ ହୋଇଥିବା ମାର୍କେଟ କଂପ୍ଲେକ୍ସ, ରାଜୀବ ସେବା କେନ୍ଦ୍ର, ଯୁବ ଜ୍ୟୋତି ଝିମ, ଚିଲଡ୍ରେନ ପାର୍କ, ଏବଂ ଦୁଇଟି କଲ୍ୟାଣ ମଣ୍ଡପ ଉଦ୍ଘାଟନ କରିଥିଲେ l
ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସଂମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ସୁବାଷ ମହାରଣା, ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର, କୁକୁଡାଖଣ୍ଡି ସରପଞ୍ଚ ଅଦାଲ ଚେନେୟା,ଆଙ୍କୁଶ ପୁର ସରପଞ୍ଚ ସମେତ ଅନ୍ୟାନ୍ୟ ସରପଞ୍ଚ ଯୋଗଦେଇ ଥିବା ବେଳେ ଅନେକ ବିଜେଡି ସମର୍ଥକ ଯୋଗ ଦେଇଥିଲେ ଆସନ୍ତା କାଲି ଲାଞ୍ଜିଗଡ ଏବଂ ଦିଗପହଣ୍ଡି ଗ୍ରସ୍ତ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ l





