Sunday, October 11, 2026
Home ଜିଲ୍ଲା କନ୍ଧମାଳ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ତୃତୀୟ ଦିନରେ

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ତୃତୀୟ ଦିନରେ

83

କନ୍ଧମାଳ,୫ ଡିସେମ୍ବର ୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜ଼ିଲ୍ଲା ସିପିଆଇ ମାଓ ସଂଗଠନ ପକ୍ଷରୁ ବୁଧବାର ଠାରୁ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ମାଓବାଦୀଙ୍କ ସହିଦ ସପ୍ତାହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଯଦିଓ କନ୍ଧମାଳରେ ମାଓବାଦୀ ଅନ୍ୟ ଜିଲ୍ଲାରେ ମାଓବାଦୀ ଦେଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କନ୍ଧମାଳରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଗାଡିମଟର ଯାଞ୍ଚ ସହ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଅଜଣା ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ଜିଲ୍ଲାର ମାଓ ଉପଦ୍ରବ ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଛାପଡା, କୋଟଗଡ,ବାଲିଗୁଡା ଏବଂ କ.ନୂଆଗାଁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଥିବା ନେଇ ପୁଲିସ ସୁତ୍ରରୁ ଜଣା ପଡିଛି।