
ବେଗୁନିଆପଡା,(ଗଂଜାମ) ୫ ଡିସେମ୍ବର ୨୦୨୦(ଦେବାଶିଷ ମହାରଣା):
କୋଦଳା ତହସିଲ ଅନ୍ତର୍ଗତ ସୁମଣ୍ଡଳ କାର୍ଯ୍ୟାଳୟ ପରିସରରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ଜମି ଜମା ସମ୍ୱନ୍ଧୀୟ କାର୍ଯ୍ୟ କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁ ଙ୍କ ତତ୍ୱବାଧାନ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ସୁପର ଭାଇଜର ବୈଦ୍ୟ ନାଥ ଗୌଡ଼ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ସୁବିଧା ଓ ଉର୍ଧେସ୍ୟ ସମ୍ବଧରେ ଲୋକଙ୍କୁ ଅବଗତ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ସୁମଣ୍ଡଳ ସରପଞ୍ଚ ଶ୍ରୀମତୀ ସନ୍ତୋସିନୀ ସାହୁ, ରାଜସ୍ୱ ନିରୀକ୍ଷକ ଜଗ ମୋହନ ନାୟକ, ଅମିନ ମହେଶ୍ୱର ବେହେରା,ରେକର୍ଡ ରକ୍ଷକ ଅନିତା କୁମାରୀ ନାୟକ, ଜଗନ୍ନାଥ ପଟନାୟକ, ସନ୍ତୋଷ କୁମାର ବେହେରା, କେଦାର ନାଥ ମନ୍ତ୍ରୀ ଙ୍କ ସମେତ ପଞ୍ଚାୟତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ତହସିଲ ଜନିତ ସେବା ଯଥା ଘର ପଟା, ଗ୍ରାମ କଣ୍ଟକ, ମ୍ୟୁଟେଶନ,ରେଜିଷ୍ଟ୍ରେସନ, ଜାତିଗ୍ରତ, ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର, ଋଣ ପରିଶୋଧ,କିଷମ ପରିବର୍ତ୍ତନ ଆଦି ସେବା ଯୋଗାଈ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋଟ 63 ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ10 ଟି ଜମି ପଟା 13 ଟି ଈ ପ୍ରମାଣ ପତ୍ର 5 ଟି ଈ ପାଉଟି ଓ ଗୋଟିଏ ଜିକେପି ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।


