
ବ୍ରହ୍ମପୁର, ୨୫/୯ (ସୁଦାମ ମହାରଣା) : ଲାଞ୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଟି ସପୂର୍ଣ୍ଣ ଭାବରେ ବିପର୍ଯ୍ୟୟ ଅବସ୍ଥାରେ ରହି ଥିବା ଦେଖି ବାକୁ ମିଳିଛି। ଏହି ରାସ୍ତା ର ଉଭୟ ପାର୍ଶ୍ଵରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଲାଞ୍ଜିପଲ୍ଲୀ ପୋଲିସ ଫାଣ୍ଡି ରହିଛି । ଗୋଟିଏ ପଟେ ଜାନିବିଲି ପ୍ରକଳ୍ପ ପାଇଁ ପାଇପ ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରାସ୍ତା ଟି ମରାମତି କରାଯାଉନାହିଁ ।
ଏହି ରାସ୍ତା ଦେଇ ହଜାର ହଜାର ଗାଡି ମୋଟର ,ସ୍କୁଲ ବସ୍, ସ୍ଥାନୀୟ ଅଞ୍ଚଳରଗର୍ଭବତୀ ମହିଳା ମାନେ ମେଡିକାଲ ପାଇଁ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି । ଏହି ରାସ୍ତା ଟି ଆଣ୍ଠୁଏ ଲେଖାଏଁ ଖାଲଖାମାରେ ପରିପୂର୍ଣ୍ଣ ,ଯାହା କି ସାଧାରଣ ଭାବେ ଚାଲିଯିବା କଷ୍ଟକର ବ୍ୟାପାର ।

ଏହିରାସ୍ତାଟି ଜାତୀୟ ରାଜପଥ ୧୬ ଓ ରେଳ ଷ୍ଟେସନ କୁ ମଧ୍ୟ ସଯୋଗ କରୁଛି । ସାଧାରଣ ବର୍ଷା ରେ ରାସ୍ତା ଟି ଆହୁରି ଦୟନୀୟ ଅବସ୍ଥାକୁ ଆସିଯାଏ । ଏହି ରାସ୍ତା ଦେଇ ଅନେକ ବଡ ବଡିଆ ସରକାରୀ ବାବୁମାନେ ଯାତାୟାତ କରୁଥିବା ବେଳେ କାହାରି ଦୃଷ୍ଟି ପଡୁନାହିଁ । ବର୍ତ୍ତମାନ ଏହି ରାସ୍ତାଟି ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି ।



