Saturday, October 10, 2026
Home ଜାତୀୟ ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

30

ନୂଆଦିଲ୍ଲୀ,୫ ଡିସେମ୍ବର ୨୦୨୦(ଜ଼ିଲ୍ଲା ଖବର):
ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ପୁଲିସ ପ୍ରଶାସନ ଓ ସୁରକ୍ଷା ଦିଗରେ ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମା ମହାଶୟଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ସେ ତାଙ୍କ ପୁଲିସ ଚାକିରି କାଳରେ ଅନେକ ଆତଙ୍କବାଦୀ ନିରୋଧୀ କାର୍ଯ୍ୟକ୍ରମରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି” ।