ରାୟଗଡା,୫ ଡିସେମ୍ବର ୨୦୨୦(ବିଷମକଟକ/ପ୍ରସନ କୁମାର ପଣ୍ଡା) :
ରାୟଗଡା ଜିଲ୍ଲା ପେଷାଦାର ସାମ୍ବାଦିକ ସମ୍ମିଳନୀ ଙ୍କୁ ନେଇ ଗଠିତ ପ୍ରେସ୍ ୟୁନିୟନ ର ଆଜି ନୂତନ ସଭାପତି ଓ ଉପ ସଭାପତି ଚୟନ କରାଯାଇଛି। ସହର ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ୟୁନିୟନ କାର୍ଯ୍ୟାଳୟ ରେ ୟୁନିୟନ ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଦୟାନନ୍ଦ ସାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୟୁନିୟନ ଭିତରେ କିଭଳି ଭାଇଚାରା ରହିବ ଏବଂ ଏହା ସହ ଗଣମାଧ୍ୟମ ପ୍ରତିନିଧିମାନେ ଗଠନ ମୂଳକ କାର୍ଯ୍ୟ ରେ କିଭଳି ଲୋକଙ୍କ ସହ ଭାଗିତା ହୋଇ ପାରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ସେହିପରି ଗଣମାଧ୍ୟମ ମାନଙ୍କୁ ସୁରକ୍ଷା ଏବଂ ରାଜ୍ୟ ରେ ବଢି ଚାଲିଥିବା ନକଲି ସାମ୍ବାଦିକ ଙ୍କ କାର୍ଯ୍ୟ କଳାପକୁ ସଭାପତି ଦୟାନନ୍ଦ ବାବୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।ପ୍ରତି ଦୁଇ ବର୍ଷ ରେ ଥରେ ୟୂନିୟନ ର ପଦ ପଦବୀରେ ପରିବର୍ତ୍ତନ କରି ଯାଇଥିବା ବେଳେ ଚଳିତ ଥର ମଧ୍ୟ ଚୟନ ପ୍ରକ୍ରିୟା ରେ ୟୁନିୟନ୍ ର ବିଭିନ୍ନ ପଦ ପଦବୀ ପାଇଁ କର୍ମକରତା ଚୟନ କରାଯାଇଥିଲା ।
ଏଥିରେ ଦୀର୍ଘ ଦୁଇ ବର୍ଷ ଧରି ଦାଇତ୍ଵ ତୁଲାଇ ଥିବା ଦୟାନନ୍ଦ ବାବୁ ଙ୍କୁ ସମସ୍ତ ଙ୍କ ଅନୁମତି କ୍ରମେ ପୁନର୍ବାର ସଭାପତି ଦାଇତ୍ଵ ଦିଆଯାଇଥିଲା।ସେହିପରି ଉପସଭାପତି ଭାବେ ଶ୍ରୀ ନିବାସ ବକିୟିର , ସମ୍ପାଦକ ଭାବେ ଶିବାଜୀ ଦାଶ,ସହ ସମ୍ପାଦନ ଭାବେ ସୁଶାନ୍ତ ମିଶ୍ର, ଏବଂ ମାଉଢି ବାରିକ,କୋଷାଧ୍ୟକ୍ଷ ଭାବେ ରଶ୍ମି ରଞ୍ଜନ ଦୋରା ଙ୍କୁ ଚୟନ କରାଗଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ୍ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ଦୟାନନ୍ଦ ବାବୁ ଓ ମନୋଜ ସାହୁ ପରିଚାଳନା କରିଥିଲେ।




