
କବିସୂର୍ଯ୍ଯ ନଗର,(ଗଂଜାମ ଜିଲ୍ଲା)୪ ଡିସେମ୍ବର ୨୦୨୦(ବ୍ୟୁରୋ):
କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବୋଲସରଠାରେ ଶତ ପ୍ରତିଶତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ବିଡ଼ିଓ ବାସୁଦେବ ନାୟକ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ,ଗଞ୍ଜାମ ଜୋନ ଯୁବ ବିଜେଡ଼ିର ସଭାପତି ନଚିକେତା ସ୍ବାଇଁ,ବୋଲସର ସରପଞ୍ଚ ଓ ସମିତି ସଭ୍ଯ ପ୍ରମୁଖ ଯୋଗ ଦେଇଥିଲେ ।


