Thursday, November 12, 2026
Home ଆଞ୍ଚଳିକ ବାଲିଛାଇଠାରେ ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଲିଛାଇଠାରେ ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

26

ଘୁମୁସର/ଭଞ୍ଜନଗର,(ଗଂଜାମ ଜିଲ୍ଲା)୪ ଡିସେମ୍ବର ୨୦୨୦(ବ୍ୟୁରୋ):
ଗଂଜାମ ଜ଼ିଲ୍ଲା ହାତୀଓଟ ମଣ୍ଡଳ ବାଲିଛାଇ ଠାରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତରେ ମଣ୍ଡଳ ସଭାପତି ଦୀପକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଛି ।

ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ, ଯୁବନେତା ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା,ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ବିଷୟ ପ୍ରମୁଖ ପବିତ୍ର ନାୟକ,ରାଜେନ୍ଦ୍ର କୁମାର ପାତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।