
ପୁରୁଷୋତ୍ତମପୁର ,୨୫/୯ (ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ ଆଜି ନୂତନ ବିଡିଓ ଭାବେ ସିମାଞ୍ଚଳ ମହାନ୍ତି ଯୋଗଦେଇଛନ୍ତି । ଏଥି ପୂର୍ବରୁ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ପୁରୁଷୋତ୍ତମପୁର ବିଡିଓ ସତ୍ୟ ସୁନ୍ଦର ରାଉତଙ୍କୁ ଆସ୍କା ବିଡିଓ ଭାବେ ବଦଳି ହୋଇଯାଇଛି ।
ନୂତନ ବିଡିଓ ଶ୍ରୀ ମହାନ୍ତି ସରକାରଙ୍କ ଯୋଜନା ଗୁଡିକ ଯେପରି ଜନସାଧାରଣ ନିକଟରେ ଶୀଘ୍ର ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ଏବିଡିଓ ମଧୁସୂଦନ ମହାରଣା ,ବ୍ଲକର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।



