
ଚନ୍ଦ୍ରପୁର,(ରାୟଗଡା ଜିଲ୍ଲା)୪ ଡିସେମ୍ବର ୨୦୨୦(କୈଳାସମାଳ ବିଶୋଇ):
ଚନ୍ଦ୍ରପୁର ଏସ ଏସ୍ ଡି ଚନ୍ଦ୍ରପୁର ଉଚ୍ଚ ବାଳକ ବିଦ୍ୟାଳୟରେ ବିଦାୟ କାଳୀନ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତମାନ ର ବାଗମାରୀ ଉଚ୍ଚ ବିଦ୍ୟାଳୟ,
ଗଜପତି ଜିଲ୍ଲାର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଚକ୍ରପାଣି ରତ୍ନଲୁ, ଏବଂ ବିଦ୍ୟାଳୟରେ ପୂର୍ବତନ ଶିକ୍ଷକ, ତଥା ବର୍ତମାନର କାର୍ଯ୍ୟରତ ପ୍ରଧାନ ସେବକ ଶ୍ରୀ କମଲ୍ ନାଗ ବଂଶୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା | ଉକ୍ତ ସଭାକୁ ବିଦ୍ୟାଳୟର ଶିକ୍ଷକ ତଥା ଜିଲ୍ଲା ଶିକ୍ଷକ ସଂଘର ଉପ ସଭାପତି ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରତାପ ଜେନା ଧନ୍ୟବାଦ୍ ପ୍ରଦାନ କରିଥିଲେ।















