
ଭଞ୍ଜନଗର,(ଗଂଜାମ ଜିଲ୍ଲା)୪ ଡିସେମ୍ବର ୨୦୨୦(ବ୍ୟୁରୋ):
ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳ ଦୁର୍ଗାପ୍ରସାଦ ଗ୍ରାମ ନିକଟ ଜଙ୍ଗଲରୁ ହାତୀର ମୃତ ଦେହ ଉଦ୍ଧାର। ଖାଦ୍ୟ ଅନୁସଣରେ ହାତୀ ଗାଁ ମୁହା ହେଉଥିବା ବେଳେ ଲୋକେ ନିଜ ଫସଲ ରକ୍ଷା କରିବା ପାଇଁ ରାତି ଦିନ ଏକ କରି ହାତୀ କୁ ଜଖି ରହୁଛନ୍ତି ହାତୀ ଆସିଲେ ଖବର ଦେଲେ ବନ ବିଭାଗ ସେଠାକୁ ପହଞ୍ଚୁଥିବା,ନିୟମିତ ପେଟୁଲିଙ୍ଗ ହେଉନାହିଁ ଲେକେ ଅଭିଯୋଗ କରୁଛନ୍ତି | ଏମିତି ତିରେ ହାତୀ ମୃତ୍ୟୁ ବହୁଦିନ ପରେ ବି ବିଭାଗ ଜାଣିନଥିବା ପରେ ସ୍ଥାନୟ ଲୋକେ ଜାଣାଇବାରୁ ଉକ୍ତ ସ୍ଥାନ ରେ ବିଭାଗ ପହଞ୍ଚି ଥିବା ଅତିତରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହାତୀ ଆସିଥିବା ଖବରପାଇ ସାରା ରାତି ଘଉଡାଇବା ପାଇଁ ଲାଗିପଡିଥିଲେ ଗାଁ ଏବଂ ନିଜ ଧାନ ଫସଲ ଅମଳ ହେଉଥିବାରୁ ଜଙ୍ଗଲ ଆଡକୁ ହାତି ପଲ ଯାଇଥିଲେ ସମସ୍ତ ହାତୀ ଚାଲିଯାଇଥିବା ବେଳେ ଗୋଟିଏ ହାତୀ ର ମୃତଦେହ ପଡିଥିବା ଦେଖି ବନ ବିଭାଗ କୁ ଖବର ଦେଇଥିଲେ | ପରେ ବନ କର୍ମଚାରୀ ମାନେ ପହଂଚି ହାତୀର ମୃତ ଦେହ କୁ ଜବତ କରି ଶବ ବ୍ୟବଛେଦ କରି ପୋତିଦେଇଛନ୍ତି । ହାତୀଟିକୁ 3 ରୁ 4 ବର୍ଷ ହବ ବୋଲି ବନବିଭାଗ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ହାତୀ ମୃତୁର କାରଣ ସ୍ପଷ୍ଟ ଜଣା ପଡିନି। ଶବ ବ୍ୟବଛେଦ କରିବା ପରେ ମୃତୁର କାରଣ ଜଣା ପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।



