
ବାଲିଗୁଡା,(କନ୍ଧମାଳ ଜିଲ୍ଲା)୪ ଡିସେମ୍ବର ୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଠାରେ ଗତକାଲି ବନବାସୀ ସେବା ସମିତି ପକ୍ଷରୁ ରେଡକ୍ରସ ଦ୍ଵାରା ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଅ।ନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇ ଯାଇଛି । କୋଭିଡ କଟକଣା କୁ ଆଖି ଆଗରେ ରଖୀ ଛାତ୍ର, ଛାତ୍ରୀ ଙ୍କ ବିନା ଉପସ୍ଥିତି ରେ କେବଳ ଅଫିସ କର୍ମଚାରୀ ଙ୍କୁ ନେଇ ଦିବ୍ୟାଙ୍ଗ ଦିବସ ପାଳିତ ହୋଇ ଯାଇଛି । ବନବାସୀ ସେବା ସମିତି ବାଲିଗୁଡା ର ସଂପାଦକ ଉତ୍ସବ ଚନ୍ଦ୍ର ଜେନା ଙ୍କ ସଦ୍ଭାପତିତ୍ଵରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |
ସଭାରେ ମୁଖ୍ୟଅତିଥି ଭାବେ ଡ.ବିଭୁତି ଭୁଷଣ ଆଚାର୍ଯ୍ୟ ଓ ମୁଖ୍ୟବକ୍ତା ଭାବେ ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷକ ଶକ୍କା ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଭିନ୍ନ ଦୃଷ୍ଟିରେ ନ ଦେଖି ଆନ୍ତରିକତା ର ସହ ସହଯୋଗ କଲେ ସେମାନେ ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ଵଜିତ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସୁବାଷ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।




