Thursday, November 12, 2026
Home ଆଞ୍ଚଳିକ ନାଭାଲ୍ ଏନ୍ ସି ସି ପକ୍ଷରୁ ଭାରତୀୟ ନୌସେନା ଦିବସ ପାଳିତ

ନାଭାଲ୍ ଏନ୍ ସି ସି ପକ୍ଷରୁ ଭାରତୀୟ ନୌସେନା ଦିବସ ପାଳିତ

39

ଛତ୍ରପୁର,(ଗଂଜାମ ଜ଼ିଲ୍ଲା)୪ ଡିସେମ୍ବର ୨୦୨୦(କିଶୋର ଚନ୍ଦ୍ର ମହାନ୍ତି):
ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ନାଭାଲ୍ ଏନ୍ ସି ସି ତରଫରୁ ଭାରତୀୟ ନୌସେନା ଦିବସ ପାଳନ କରାଯାଇଅଛି।ଏହି ଅବସରରେ ନାଭାଲ୍ ଏନ୍ ସି ସି କ୍ୟାଡେଟ୍ ମାନେ କୋଭିଡ -19 ନିୟମ ମାନି ଭାରତୀୟ ନୌସେନା ଦିବସ ବିଷୟରେ ବକୃତା ସଭା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଗୁରୁତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ।

ମହାବିଦ୍ୟାଳୟର ନାଭାଲ୍ ଏନ୍ ସି ସି ଦାୟିତ୍ୱରେ ଥିବା ସିଟିଓ ମନୋରଞ୍ଜନ ମହାରଣା ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ନାଭାଲ୍ କ୍ୟାଡେଟ୍ ମାନଙ୍କର ଏକ ସ୍ବଚ୍ଛତା ସମାବେଶରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ୟାଡେଟ୍ ମାନେ ଛତ୍ରପୁର ଏନ୍ ଏ ସି ରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପାର୍କ ଗୁଡ଼ିକୁ ସଫା କରିଥିଲେ। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଏନ୍ ସି ସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶାନୁସାରେ ସ୍ବଚ୍ଛତା ପକ୍ଷ ପାଳନ ପୂର୍ବକ ବିଭିନ୍ନ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।