
ବାଲିଗୁଡା, 25/9(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁନିଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ତଥା ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।
ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ଶିକ୍ଷାର୍ଥୀ ଜୀବନରେ ଏନଏସଏସ(NSS) ର ଭୂମିକା ବିଷୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ର ଜୀବନରୁ ସହଯୋଗ ଓ ସାହାଯ୍ୟ ମନବୃତ୍ତି ରହିଲେ ହିଁ ରାଷ୍ଟ୍ରର ଉନ୍ନତି ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ହିଁ ସେବା, ସ୍ୱଚ୍ଛତା, ଶାନ୍ତି କୁ ବ୍ରତ ଭାବେ ଗ୍ରହଣ କରିବାକୁ ଯୋଜନା ଅଧିକାରିଣୀ ଡ଼ ମଞ୍ଜୁଳା ମହାପାତ୍ର ଛାତ୍ର ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ।
ଉକ୍ତ ଉତ୍ସବରେ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଦୁଃଖୀ ଶ୍ୟାମ ମହାରଣା, ଭଞ୍ଜ କିଶୋର ନାୟକ, ଅଧ୍ୟାପିକା ଡ଼ଃ.ବନିତା ପଟ୍ଟନାୟକ ଙ୍କ ସହ କଲେଜର ସମସ୍ତ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତରହି ପରିଚାଳନାରେ ସହଯୋଗ କରିଥିଲେ l



