Saturday, November 14, 2026
Home ଜିଲ୍ଲା ପିଏଲଜିଏ ସପ୍ତାହର ତୃତୀୟ ଦିନରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି

ପିଏଲଜିଏ ସପ୍ତାହର ତୃତୀୟ ଦିନରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି

33

ମୁନିଗୁଡା,୪ ଡିସେମ୍ବର ୨୦୨୦ (ବିଷମକଟକ-ପ୍ରସ୍ନନ କୁମାର ପଣ୍ଡା):
ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକର ଉପାନ୍ତ ଡିମିରିଗୁଡା ଅଞ୍ଚଳରେ ମାଓବାଦୀ ମାନେ ଏକାଧିକ ପୋଷ୍ଟର ଲଗେଇ ନିଜର ଉପସ୍ଥିତ କୁ ଜାହାର କରିଛନ୍ତି। ପିଏଲଜିଏ 20 ତମ ପ୍ରତିଷ୍ଠା ଦିବସକୁ ଗ୍ରାମ ଗ୍ରାମରେ ପାଳନ।କରିବା।ପାଇଁ ଆହ୍ବାନ ଦିଆଯାଇଛି। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟର ରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଙ୍ଗଲରେ ପୁଲିସ ଗୁଳିରେ ସହୀଦ ହୋଇଥିବା ନକ୍ସଲ ସାଥୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା କୁହାଯାଇଛି। ନକ୍ସଲ ଇନଫରମର୍ ନାରେ ପୁଲିସ ନିରୀହ ଆଦିବାସୀ ଙ୍କୁ ହତ୍ଯା କରୁଥିବା କୁହାଯାଇଛି। ତେବେ ମାଓବାଦୀ ମାନେ ଏହି ପୋଷ୍ଟର ଲଗାଇବା ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୁଲିସ।ପହଞ୍ଚିନଥିବା ଜଣାପଡିଛି।