
ଭୁବନେଶ୍ୱର,୪ ଡିସେମ୍ବର ୨୦୨୦ (ଆଇଏଣ୍ଡପିଆରଓ):
ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି। ଆଜି ସନ୍ଧ୍ୟା ୫.୦୦ ଘଟିକାରେ ଅତ୍ୟାଧୁନିକ ପରିମଳ ପରିଚାଳନା ବ୍ୟବସ୍ଥା ସହିତ ମିଶନ ଶକ୍ତି ଗୃହ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ବୀରମିତ୍ରପୁର ପୌରପାଳିକା ଏବଂ କୋରଡା ଓ କୁତ୍ରା ବ୍ଲକରେ ପରିମଳ ସେବା ପାଇଁ ନିୟୋଜିତ ଅତ୍ୟାଧୁନିକ ମେସିନ୍ ଓ ଗାଡି, ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ କେନ୍ଦ୍ର, ପାନପୋଷ୍ ଠାରେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ।



