
ଖଲ୍ଲିକୋଟ,(ଗଞ୍ଜାମ ଜ଼ିଲ୍ଲା)୩ ଡିସେମ୍ବର ୨୦୨୦(ପ୍ରଦୀପ କୁମାର ସାହୁ):
ଖଲ୍ଲିକୋଟ ଥାନା ଅଧିନସ୍ଥ ନିର୍ମଳଝର ଠାରେ ଗତକାଲି ଏକ ବାଇକ ଦୃଘଟଣା ଗ୍ରସ୍ତ ହେବାରୁ ବାଇକରେ ଦୁଇ ସାଙ୍ଗ ନେଇ ଯାଉଥିବା ବୋମା ବିସ୍ମରଣ ଘଟି ଜଣେ ଯୁବକ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗରୁତ୍ତର ଆହତ ହୋଇଥିବା ଜଣା ପଡ଼ିଛି। ମୃତ ଯୁବକ ଜଣକ ହେଲେ, ନୁଆଁ ଫାସୁଳା ଗ୍ରାମର କବି ମହାରଣାଙ୍କ ପୁଅ, ମଣ୍ଟୁ ମହାରଣା (୨୨ ବର୍ଷ)। ଗୁରୁତ୍ତର ଯୁବକ ଜଣଙ୍କ ତୁଳସୀ ପୁର ଗ୍ରାମର ବଇଁଶୀ ପ୍ରଧାନ ଙ୍କ ପୁଅ ସିଲୁ ପାହାନ। ଖବର ନେବାରେ ଜଣାପଡିଛି ଦୁଇ ସାଙ୍ଗ ଏକ ବାଇକ ରେ ବୋମା ଭର୍ତ୍ତି ବ୍ୟାଗ ନେଇ ଭରସା ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିବା ବେଳେ ନିର୍ମଳଝର ଠାରେ ରହିଥିବା ଏକ ଟ୍ରାଫିକ ଚଉତରା ରେ ତାଙ୍କ ବାଇକ ଟି ଧକ୍କା ହୋଇ ଦୃଘଟଣା ଗ୍ରସ୍ଥ ହୋଇଥିଲା।
ଫଳରେ ବ୍ୟାକରେ ଭର୍ତ୍ତି ହୋଇଥିବା ବୋମା ବିସ୍ମରଣ ହୋଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଦୁହେଁ ବହୁଦୂରକୁ ଛିଟିକି ପଡିବା ବେଳେ ଘଟଣା ସ୍ଥଳରେ ହିଁ ଯୁବକ ଜଣଙ୍କ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଗୁରୁତ୍ତର ଯୁବକ କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଛି। ଘଟଣା ସ୍ଥଳରେ ପୋଲିସ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଥିବା ଜଣା ପଡ଼ିଛି।
ତେବେ ପାରିବାରିକ କଳହ କୁ ନେଇ ହିଂସାକାଣ୍ଡ ଘଟାଇବା ନିମନ୍ତେ ମଣ୍ଟୁ ବୋମା ବ୍ୟବହାର ପାଇଁ ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରୁ ବାଇକ, ବୋମାର ଖଣ୍ଡ ଗୁଡାକ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ, ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାଶ, ଏସ ଡି ପି ଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ଦିଲିପ କୁମାର ସାହୁ, ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ପୋଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣା ପଡ଼ିଛି। ଖଲ୍ଲିକୋଟ ଥାନାରେ ଏ ନେଇ ମୋକଦମା ରୁଜୁ ହୋଇଛି।



