Sunday, October 11, 2026
Home ଆଞ୍ଚଳିକ ଦିଲ୍ଲୀର ଐତିହାସିକ କୃଷକ ସଂଘର୍ଷକୁ ସଂହତି ଜଣାଇଲେ ଜଗନ୍ନାଥପ୍ରସାଦ ବ୍ଳକର ଚାଷୀ ଓ ଆଦିବାସୀ

ଦିଲ୍ଲୀର ଐତିହାସିକ କୃଷକ ସଂଘର୍ଷକୁ ସଂହତି ଜଣାଇଲେ ଜଗନ୍ନାଥପ୍ରସାଦ ବ୍ଳକର ଚାଷୀ ଓ ଆଦିବାସୀ

23
Pic:NKS

ଜଗନ୍ନାଥ ପ୍ରସାଦ,(ଗଂଜାମ ଜ଼ିଲ୍ଲା) ୩ ଡିସେମ୍ବର ୨୦୨୦(ନିରାକାର ସାହୁ):
କୃଷକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୩ଟି କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ ରଦ୍ଦ ଦାବିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଦିଲ୍ଲୀ ଚାଲ ଆହ୍ବାନରେ ଦିଲ୍ଲୀରେ ଯାତ୍ରା କରୁଥିବା କୃଷକଙ୍କ ରୋକିବା ପାଇଁ ରାସ୍ତା ଖୋଳିବା, ପାଣିମାଡ, ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରିବା ମୋଦି ସରକାରଙ୍କ ସ୍ବେଛାଚାରିତାର ନମୁନା । ଏହାକୁ ଭ୍ରୃକ୍ଷେପ ନକରି ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ପ୍ରାନ୍ତର ବର୍ଷିୟାନ କୃଷକମାନେ ଭବିଷ୍ୟତର ବିପଦକୁ ଅନୁଭବ କରି ସଂଘର୍ଷ ଚଲାଈଛନ୍ତି । ଦେଶର ସମସ୍ତ ଜନଗଣ ଅନ୍ନଦାତାଙ୍କ ସମର୍ଥନରେ ଛିଡା ହେବା ପାଇଁ କ୍ରାନ୍ତିକାରୀ କୃଷକ ସଭା ର ୦୩ ଡିସେମ୍ବର ଦେଶବ୍ୟାପୀ ସଂହତି ଦିବସ ପାଳନ କରିବା ପାଇଁ ଆହ୍ବାନରେ ଜଗନ୍ନାଥ ପ୍ରସାଦ ବ୍ଳକର ଆଦିବାସୀ ଦଳିତ ଅଧ୍ୟୁଷିତ ଅଞ୍ଚଳରେ ମୋଦି ସରକାରଙ୍କ ଦମନ ନୀତି, କୃଷକ ବିରୋଧୀ ନୀତିକୁ ବିରୋଧ କରିବା ସହ ଦିଲ୍ଲୀରେ ୭ ଦିନ ଧରି ଚାଲିଥିବା ଐତିହାସିକ କୃଷକ ସଂଘର୍ଷକୁ ସମର୍ଥନ ପ୍ରଦାନ କରିଛନ୍ତି । ଏହାର ନେତୃତ୍ୱ ଆଦିବାସୀ ନେତା ପୂର୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ ପ୍ରମୁଖ ନେଇଥିଲେ।