Home ଜିଲ୍ଲା ଧାନଖଳାରେ ନିଆଲାଗି ଲକ୍ଷ୍ୟାଧିକ ଟଙ୍କାର ଧାନ ପାଉଁଶ

ଧାନଖଳାରେ ନିଆଲାଗି ଲକ୍ଷ୍ୟାଧିକ ଟଙ୍କାର ଧାନ ପାଉଁଶ

47

ବିଷମକଟକ,(ରାୟଗଡା ଜ଼ିଲ୍ଲା)୩ ଡିସେମ୍ବର ୨୦୨୦(ପ୍ରସ୍ନନ ପଣ୍ଡା): ଧାନଖଳାରେ ନିଆଲାଗି ଦୁଇ ଚାଷୀଙ୍କ ଲକ୍ଷ୍ୟାଧିକ ଟଙ୍କାର ଧାନପଡି ନଷ୍ଟ। ଏଭଳି ଅଭାବନିୟ ଘୋଟଣା ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଡୁମ୍ବୁରୁନେଲୀ ପଞ୍ଚାୟତ ଅନ୍ତର୍ଗତ ମାରଡିଝଲା ଗ୍ରାମରେ । ଏହି ଗ୍ରାମର ଦୁଇଚାଷୀ ମନ୍ମଥ ଉର୍ଲାକା ଓ ବୈଦ ଉର୍ଲାକା ଦୁହେ ଚାଷୀ ଧାନକାଟି ଅମଳ କରିବା ନିମନ୍ତେ ଧାନଖଳାରେ ଧାନରଖିଥିବା ବେଳେ କୌଣସି କରାଣରୁ ଖଳାରେ ଥିବା ଧାନ ଗଦା ରେ ଅଚାନକ ନିଆଲାଗି ଯାଇଥିଲା।

ନିଆଲାଗି ଥିବା ଦେଖି ଗ୍ରାମବାସୀ ଘୋଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନିଆକୁ ସଂମ୍ପୂର୍ଣ ଆୟତ କରିପାରିନଥିଲେ । ଯାହାଫଳରେ ଅଧିକାଂଶ ଧାନପଡି ପାଉଁଶ ହୋଇଯାଇଥିଲା। ଅନ୍ୟପକ୍ଷରେ ଗ୍ରାମରେ ନେଟଓ୍ବାର୍କର ବ୍ୟବସ୍ଥା ନଥିବାରୁ ଅଗ୍ନିଶମ ବିଭାଗକୁ ମଧ୍ୟ ଯୋଗାଯୋଗ କରିପାରିନଥିବା ଜଣା ପଡ଼ିଛି । ଯାହାଫଳରେ ଦୁଇ ଚାଷୀଙ୍କର ବର୍ଷକର ସୁନା ଫସଲ ପଡ଼ି ପାଉଁଶ ହୋଇଯାଛି ।