
ବାଲିଗୁଡା,(କନ୍ଧମାଳ ଜ଼ିଲ୍ଲା)୩ଡିସେମ୍ବର୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କୋଟଗଡଠାରେ ଆଜି ଆୟୋଜିତ ହୋଇଯାଇଛି ଦୁଇ ଦିନିଆ କର୍ମୀ ତାଲିମ ଶିବିର | ଏହି ଶିବିର ଆରମ୍ଭରେ ଭାରତମାତା ଙ୍କୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏଥିରେ କରୋନା କଟକଣା କୁ ଗୁରୁତ୍ୱ ଦେଇ ମାସ୍କ ବ୍ୟବହାର କରି 50ରୁ ଉର୍ଦ୍ଧ ବିଜେପି କର୍ମୀ ତାଲିମ ଶିବିର ରେ ଯୋଗ ଦେଇଛନ୍ତି |

BJP PARTY
କୋଟଗଡ ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ସୁବୁଦ୍ଧି ନେତୃତ୍ୱ ରେ ବାଲିଗୁଡା ମଣ୍ଡଳ ର ମଣ୍ଡଳ ସଭାପତି କରେନ୍ଦ୍ର ମାଝୀ, ମଣ୍ଡଳ ବରିଷ୍ଠ କର୍ମକର୍ତା ଦେବେନ୍ଦ୍ର କୁଦେଇ ଓ ବରିଷ୍ଠ କର୍ମକର୍ତା ନେତ୍ର ମନସେଠ ଯୋଗ ଦେଇ ତାଲିମ ପରିଚାଳନା କରିଛନ୍ତି | ହେଲେ ଏହି ଶିବିର ରେ ମିଶ୍ରଣ ପର୍ବ ମଧ୍ୟ ପାଳନ ହୋଇଛି ଏଥିରେ କୋଟଗଡ ର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ ବିଜେଡି ସଭାପତି ବାଲେଶ୍ୱର ନାୟକ ଓ ଜଣେ ବରିଷ୍ଠ ବିଜେପି ର ଶୁଭେଛୁ ପୁରୁଷୋତ୍ତମ ପ୍ରଧାନ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଏବଂ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ କରେନ୍ଦ୍ର ମାଝୀ ଏବଂ କର୍ମକର୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି |






