Saturday, October 10, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡାରେ ମିଶନ କ୍ଲିନ ଗଞ୍ଜେଇ: ୧୮ କୋଟିର ଗଂଜେଇକୁ ନଷ୍ଟ କଲା ପ୍ରଶାସନ

ବାଲିଗୁଡାରେ ମିଶନ କ୍ଲିନ ଗଞ୍ଜେଇ: ୧୮ କୋଟିର ଗଂଜେଇକୁ ନଷ୍ଟ କଲା ପ୍ରଶାସନ

62

ବାଲିଗୁଡା,(କନ୍ଧମାଳ ଜ଼ିଲ୍ଲା)୩ଡିସେମ୍ବର୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
ବାଲିଗୁଡାରେ ମିଶନ କ୍ଲିନ ଗଞ୍ଜେଇ ଜୋରଦାର ହେଲା ପୋଲିସ୍ ଓ ଅବକାରୀ ବିଭାଗର ଚଢ଼ାଉ ବାଲିଗୁଡ଼ା ଅଞ୍ଚଳରୁ ୧୮କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ | ମାଓ ଇଲାକାରେ ପୁଣି ନଷ୍ଟ ହେଲା ୧୮କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ବୁଡାଗୁଡ଼ା ପଞ୍ଚାୟତର ଡଲାବାଲି,ପାଟା ମାହା,ବୁଡ଼ରୁକିଆ ଅଞ୍ଚଳର ୧୮୦ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।

ବାଲିଗୁଡ଼ା ଥାନା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର୍ ଚଢ଼ାଉ କରି ଏହିସବୁ ଅଞ୍ଚଳରୁ ୧୮୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଗଲାଣି । ଯାହାର ଆନୁମାନିକ ମୂଲ୍ୟ ୧୮କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।