Tuesday, October 13, 2026
Home ଅପରାଧ କାମପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା: ଶିଶୁକନ୍ୟାକୁ ସାବତ ମାଆ ଶାରରୀକ ନିର୍ଯ୍ୟାତନା ଦେଉଥିବା...

କାମପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା: ଶିଶୁକନ୍ୟାକୁ ସାବତ ମାଆ ଶାରରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

124

ବାଲିଗୁଡା,(କନ୍ଧମାଳ ଜ଼ିଲ୍ଲା) ୩ ଡିସେମ୍ବର ୨୦୨୦(ସୁକାନ୍ତ କୁମାର ତ୍ରିପାଠୀ): ବାଲିଗୁଡା ଏନଏସି ଅନ୍ତର୍ଗତ କାମପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା, ଜଣେ ୯ ବର୍ଷର ଶିଶୁକନ୍ୟାକୁ ସାବତ ମାଆ ଶାରରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଚାଇଲଡ଼ ଲାଇନ ପାଇବା ପରେ ଘଟଣା ସ୍ଥଳରେ ତୁରନ୍ତ ପହଂଚି ତଦନ୍ତ କରୁଛି ଏବଂ ପୀଡିତା ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି l ସୂଚନା ଅନୁଯାୟୀ କାମପଡା ଗାଁର ଦିଲ୍ଲୀପ ଦିଗାଳଙ୍କ ଓ ସ୍ୱର୍ଗତ ନର୍ମଦା ଡିଗାଲଙ୍କ ୯ ବର୍ଷ ଶିଶୁର ସାବତ ମାଆ ପାର୍ବତୀ କହଁର ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ l ହେଲେ ବୁଧବାର ସନ୍ଧ୍ୟାରେ ଉତକ୍ଷୀପ୍ତ ହୋଇ ଶିଶୁର ଗାଲରେ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ କାଟିଥିବା ଜଣାପଡିଛି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଚାଇଲଡ଼ ଲାଇନ ଟିମ ପହଂଚି ତଦନ୍ତ କରୁଛି ଓ ପୀଡିତା ଶିଶୁଙ୍କୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ପଠାଇ ସାବତ ମାଆ ବିରୋଧରେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଚାଇଲଡ଼ ଲାଇନର କାଉନସିଲର ସୁପ୍ରଭା ନାୟକ l