ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତିନିଦିନିଆ କ୍ୟାମ୍ପ ଖୋଲାଯାଇଛି,ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ

26

ବ୍ରହ୍ମପୁର, (ବିଚିତ୍ର ସାହୁ): ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ତିନିଦିନିଆ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି । ଏହି କ୍ୟାମ୍ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିଥିବା ବେଳେ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତ୍ତମା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Photo:Google

ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଲର୍ନିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଥିସହ ଛାତ୍ରୀଛାତ୍ରମାନେ ସେମାନଙ୍କ ଦୁଇଚକିଆ ଯାନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ମଧ୍ୟ ସଂଗ୍ରହ କରିଥିଲେ।