Home ଜିଲ୍ଲା ଖୋର୍ଦ୍ଧା ଜଟଣୀବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଶାଖା ଗଠିତ

ଜଟଣୀବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଶାଖା ଗଠିତ

37

ଜଟଣୀ,୩ ଡିସେମ୍ବର ୨୦୨୦(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର): ବ୍ଲକସ୍ତରୀୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଶାଖା ଗଠନ କରାଯାଇଛି । ଜଟଣୀ ବ୍ଲକସ୍ତରୀୟ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ବାଛରା ସ୍ଥିତ ମା’ ଭୂୟାଣୀ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାଜିଲା ଓଷ୍ଟା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପୈାରହିତ୍ୟରେ ଆୟୋଜିତ ଏହି ସଭାରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ଯୋଗଦେଇ ଶିକ୍ଷକମହାସଂଘର ସାମ୍ବିଧାନିକ ଆଇନକୁ ମାନି ଅକ୍ଷରେ ଅକ୍ଷରେ ପାଳନ କରିବାଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ ।

ଏହି ଅବସରରେ ଜଟଣୀବ୍ଲକ ମହାସଂଘ ଶାଖାର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ଫଳାଫଳରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତିଭାବେ ଅକ୍ଷୟ କୁମାର ପାଲଟାସିଂହ, ଉପସଭାପତିଭାବେ ହେମନ୍ତ କୁମାର ଜେନା ଓ ଝୁମୁରୀ ସାହୁ, ସମ୍ପାଦକ ଟୁଲୁ ଦେଇ,ସହସମ୍ପାଦକଭାବେ ପ୍ରତାପ କୁମାର ବେହେରା, ନରେନ୍ଦ୍ର କୁମାର ନାୟକ,ତ୍ରିନାଥ ସାହୁ ଏବଂ ଶ୍ରୀନିବାସ ପାଇରାୟ,ସଂଯୋଜକ ସୁନିଲ ଦାସ,କୋଷାଧ୍ୟକ୍ଷ ଅଜୟ କୁମାର ସୁବୁଦ୍ଧୀ ପ୍ରମୁଖ ନିର୍ବାଚିତ ହୋଇଥିଲେ ।