
ଅମ୍ବାଦଳା,୦୨-୧୨-୨୦୨୦(ବିଷମକଟକ/ପ୍ରସ୍ନନ ପଣ୍ଡା): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା କିନାମ ଗାଁ ନିକଟସ୍ଥ ବଶଧାରା ନଦୀରେ ସୋମବାର ଦିନ ଭାସିଯାଇ ଜଣେ ଜୁବକ ନିଖୋଜ ଘଟଣା । ଜୁବକ ଜଣକ ବିଜୟ ଡୋଲା । ଗାଧୋଇବାକୁ ଯାଇ ଗୋଡ ଖସିଯାଇଥିଲା ।
ସୋମବାର ଦିନ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟରେ ବିଫଳ ପରେ ଆଜି ପୁଣି ବୋଟ ଓ ସ୍କୁବା ଡ୍ରାଇଭର ସହ ଖୋଜାଖୋଜି ଯାରି ରହିଛି। ସାମିଲ ଅଛନ୍ତି ୩ଟି ଅଗ୍ନିଶମ ଟିମ ଆଜି ବହୁ ପରିଶ୍ରମ କରି ତିନୋଟି ଅଗ୍ନି ଶମ ଟିମ୍ ଓ ଗ୍ରାମର କିଛି ଲୋକଙ୍କ ସାହାଯ୍ୟ ରେ ଶହଶହ ରୁ ଉର୍ଦ୍ଧ୍ବ ବାଲି ବସ୍ତା ପାଣିରେ ଅଟକ ରଖୀ ପାଣି କୁ ଆୟତ୍ତ କରି ଆଜି ଦିନ ରେ ଶବ ଉଦ୍ଧାର କରିଥିଲେ। ଅମ୍ବାଦଳା ପୋଲିସ ଶବ ବ୍ୟବଛେଦ କରି ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।








