Saturday, November 14, 2026
Home ଆଞ୍ଚଳିକ ଓଁ ଶ୍ରୀ ସିଦ୍ଧି ବିନାୟକ ଭଜନ ଗ୍ରୁପ ର ଶୁଭ ଉଦଘାଟନ

ଓଁ ଶ୍ରୀ ସିଦ୍ଧି ବିନାୟକ ଭଜନ ଗ୍ରୁପ ର ଶୁଭ ଉଦଘାଟନ

131

ବେଗୁନିଆପଡା,୦୨/୧୨(ଦେବାଶିଷ ମହାରଣା): ଭଗବତ ପ୍ରେମୀ ତଥା ଭଜନ ରେ ସର୍ବଦା ରୁଚି ରଖୁଥିବା ନୂଆଗଡ ଗ୍ରାମବାସୀ ଙ୍କ ଉଦ୍ୟମ ରେ କିଛି ସଂଗୀତ କଳାକାରଙ୍କୁ ନେଇ ଆରମ୍ଭ ହୋଇଛି ଏକ ଭିନ୍ନ ସ୍ୱାଦର ଭଜନ ସମାରୋହ ଗ୍ରୁପ । ଏହି ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଗଡ ଗ୍ରାମରେ “ଓଁ ଶ୍ରୀ ସିଦ୍ଧି ବିନାୟକ ଭଜନ ସମାରୋହ” ଗ୍ରୁପର ଶୁଭ ଉଦଘାଟନ ହୋଇଯାଇଛି ।

ଏହି ଉଦଘାଟନ ସମାରୋହ ରେ ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜ ର ସଭାପତି ଶ୍ରୀ ଗୌର କିଶୋର ମହାରଣା, ପଙ୍କାଳ ମୁଠା ସଭାପତି ଶ୍ରୀ କୈଳାଶ ମହାରଣା, ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲା ବେଳେ, ଗ୍ରାମ୍ୟ କମିଟି ସଭାପତି ବିଷ୍ଣୁ କେଶରୀ ପ୍ରଧାନ, ଅଙ୍ଗାରଗାଁ ସେବା ସମବାୟ ସମ୍ପାଦକ ବସନ୍ତ କୁମାର ଭୂୟାଁ, ସମ୍ପାଦକ ଲଷ୍ମୀଧର ପ୍ରଧାନ, ଗୁରୁବାରୀ ବିଶ୍ୱାଳ, ଧୋବା ଭୂୟାଁ, ସୁବାଷ ବେହେରା,ଭାଗିରଥି ବିଶୋଇ, ଅମୁଲ୍ୟ ବେହେରା, କାର୍ତ୍ତିକ ବିଶୋଇ, ବିଭୁତି ପ୍ରଧାନ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ଭଜନ ଗ୍ରୁପ ର ମୁଖ୍ୟ ସଦସ୍ୟ ତଥା କଣ୍ଠଶିଳ୍ପୀ ଶ୍ରୀମତୀ ସୁନିତା କୁମାରୀ ମହାରଣା, କୃଷ୍ଣ ଚନ୍ଦ୍ର ପଣ୍ଡା, ମୀରା ବିଶ୍ୱାଳ, ଭଗବାନ ମହାରଣା, ସନାତନ ମହାରଣା ଙ୍କ ସମେତ ସମସ୍ତ କଳାକାରଙ୍କୁ ଉଦଘାଟନି ଉତ୍ସବ ରେ ସାନମାନିତ କରାଯାଇଥିଲା । ସୁର,ଲୟ,ତାଳ ରେ କଳାକାର ମାନଙ୍କ ମନମୁଗ୍ଧକର ସଂଗୀତ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ନନ୍ଦନ କୁମାର ଭୂୟାଁ ପରିଚାଳନା କରିଥିବା ବେଳେ ନୂଆଗଡ ଗ୍ରାମବାସୀ ସହଯୋଗ କରିଥିଲେ ।