
ବାଲିଗୁଡା,୦୨-୧୨-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଗୁଡ୍ରିପଡ଼ି ଗ୍ରାମର ତିନିଜଣ ମୋଟରସାଇକେଲରେ ଆସୁଥିବାବେଳେ ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ କାନ୍ଥରେ ବାଡ଼େଇ ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ଏଥିରେ ବାଇକ ଚାଳକ ଗୁଡ୍ରିପଡ଼ି ଗ୍ରାମର ବିବେକାନନ୍ଦ ନାଏକ ଓ ଅନ୍ୟ ଦୁଇ ଜଣ ଶିମନ ଦିଗାଲ ଏବଂ ଅଭିଜିତ ଅଳ୍ପକେ ରକ୍ଷାପାଇଛନ୍ତି । ଗୁରୁତର ଅବସ୍ଥାରେ ଅଞ୍ଚଳବାସୀ ପଥମେ ସମସ୍ତଙ୍କୁ ଗୁଟିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବିବେକାନନ୍ଦ କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଦୁଇଜଣ ଗୁରୁତର ହୋଇ ଥିବାରୁ ଫୁଲବାଣୀ ମେଡିକାଲ କୁ ଆମ୍ବୁଲେନ୍ସ ଯୋଗେ ପଠାଇ ଥିଲେ ।ଖବର ପାଇ ସାରଂଗଡ଼ ଥାନା ର ଏସ ଆଇ କୃଷ୍ଣ ଚନ୍ଦ୍ର ଗୌଡ଼ ଦୁର୍ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ସାରଂଗଡ଼ ପୋଲିସ କେସ ନମ୍ବର ୯୧/୨୦ ରେ ଏକ ମାମଲା ରୁଜୁ କରିଛନ୍ତି ।





