
ଭଞ୍ଜନଗର,୦୨-୧୨-୨୦୨୦(ବବି ଅନନ୍ତ ନାଗ ରଥ): ସ୍ୱତନ୍ତ୍ର ଫୋଟ ଭୋଟର ତାଲିକା ସଂଶୋଧନ 2021 ମସିହା ନିମନ୍ତେ ଏକ ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି | ଆଜି ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ | ଆସନ୍ତା 5 ଡିସେମ୍ବର ଏବଂ 6 ଡିସେମ୍ବର ଦିନ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହେବ |
ଏହି ଦିନ ସମସ୍ତ ବିଏଲଓ ଓ ସୁପରଭାଇଜର ମାନେ ନିଜ ନିଜ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଆବେଦନ ପତ୍ର ଗ୍ରହଣ କରିବେ | 2021 ଜାନୁଆରୀ ସୁଦ୍ଧା ଯେଉଁ ମାନଙ୍କୁ 18 ବର୍ଷ ହେବାକୁ ଯାଉଛି ସେମାଙ୍କୁ ଏହି ତାଲିକାରେ ନୂଆ ଭୋଟର ଭାବେ ଯୋଡ଼ା ହେବ | www.nvsp.in ୱେବ୍ସାଇଟ କୁ ଯାଇ ଅବଶ୍ୟକତା ଅନୁଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଅନ ଲାଇନ ରେ ଆବେଦନ କରିପାରିବେ | ଫର୍ମ -6 ଏବଂ ଫର୍ମ-6 (କ) ଯଥାକ୍ରମେ ଭୋଟର ତାଲିକାରେ ନାମ ପୁଞ୍ଜୀକରଣ କରିବା ପାଇଁ ଆବେଦନ ଏବଂ ପ୍ରବାସୀ ଭୋଟର ତାଲିକାରେ ଆବେଦନ କରିପାରିବେ |
ଫର୍ମ -7 ରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହେବାକୁ ବିରୋଧ କିମ୍ବା ବାଦ କରିବା ପାଇଁ ଆବେଦନ କରିପାରିବେ | ଫର୍ମ-8 ରେ ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ | ଫର୍ମ-8(କ ) ରେ ଭୋଟର ତାଲିକାରେ ନାମ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିପାରିବେ | ଏହା ଛଡା କିପରି ଅଧିକରୁ ଅଧିକ ମହିଳା ସାମ୍ବିଧାନିକ ପ୍ରକ୍ରିୟାରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିନିଧି ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି |
ପରେ ଉପଜିଲ୍ଲାପାଳ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଇ. ଆର. ଓ ମାନଙ୍କ ସହ ଭୋଟର ତାଲିକା ସଂଶୋଧନ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ | ବୈଠକରେ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧିଭାବେ ବିଜେଡି ରୁ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବିଜେପିରୁ ସନ୍ତୋଷ କୁମାର ତିଆଡ଼ି, ବିଜେପି ସୋରଡ଼ା ରୁ ରାଜେନ୍ଦ୍ର କୁମାର ରାଉତ, କଂଗ୍ରେସ ରୁ ସନ୍ତୋଷ କୁମାର ଉପସ୍ଥିତ ଥିଲେ



