
ଚନ୍ଦ୍ରପୁର,୦୨-୧୨-୨୦୨୦(ସନାତନ ନାୟକ/କୈଳାସ ମାଳବିଶୋଇ): ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଡିବାଲି ପଂଚାୟତ ର ଅପହଞ୍ଚ ଛଅ ଟି ଗ୍ରାମ କୁରୁମୁଗୁଡା ,ପେନାକାଡୁ,ଅଣ୍ଡେଙ୍ଗି,କର୍ଲ।ଗୁଡି,ସୀତାଗୁଡି,ଡେମାଗୁଡି ଗ୍ରାମକୁ ଗ୍ରସ୍ତ କରିଥିଲେ ।
ଏହି ସମୟରେ ଗ୍ରାମ ବାସୀଙ୍କ ସମସ୍ୟା ବୁଝିବା ପାଇଁ ଅଣ୍ଡେଙ୍ଗି କୁ ରାସ୍ତା ନଥିବାରୁ ପ୍ରାୟ ଏକ କିଲୋମିଟର ଅଙ୍କା ବଙ୍କା ରାସ୍ତାରେ ଚାଲି ଚାଲି ଏହି ଗ୍ରାମ କୁ ପହଂଚି ଥିଲେ,ଗୁଣୁପୁର ଉପ-ଜିଲ୍ଲାପାଳ ଯେ.ସୋନାଲ ଙ୍କ ସହ ଚନ୍ଦ୍ରପୁର ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ ,ସିଡିପିଓ ଲଳିତା ପୂଜାରୀ,ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ,କନିଷ୍ଠ ଯନ୍ତ୍ରୀ ସୁକାନ୍ତ କୁମାର ଦେହୁରୀ ,ଦୁଷ୍ମନ୍ତ କିଷାନ ପ୍ରମୁଖଙ୍କ ସହ ବ୍ଲକ ର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।
ପ୍ରତେକ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିଥିଲେ। ମୁଖ୍ୟ ସମସ୍ୟା ଅଂଡେଙ୍ଗି ଗ୍ରାମକୁ ଯିବା ପାଇଁ ଗମନାଗମନ ର ସୁବିଧା ,ଶିକ୍ଷା, ସ୍ୱାସ୍ଥ୍ୟ ,ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ମମତା ଯୋଜନା ଉପରେ ଅବହେଳିତ,ପାନୀୟ ଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବିଷୟ ଉପ ଜିଲ୍ଲାପାଳ ଶ୍ରୀ ଯେ.ସୋନାଲ ଙ୍କୁ ଅବଗତ କରାଇଥିଲେ।ଆଗାମୀ ଦିନରେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ସହ ଆଲୋଚନା କରିଥିଲେ।ସମସ୍ୟା ର ସମାଧାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପ ଜିଲ୍ଲାପାଳ ଗ୍ରାମବାସୀ ଙ୍କୁ ଆଶ୍ୱାସନା ଦେଇଥିଲେ।













