Tuesday, October 13, 2026
Home ଜାତୀୟ ‘ବାହାନ’ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ

‘ବାହାନ’ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ

29

ନୂଆଦିଲ୍ଲୀ, ୨୪/୯ : ନାଗରିକମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି‘ବାହାନ’ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ । ନାଗରିକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଏମ-ପରିବହନ ଏବଂ ଇ-ଚାଲାଣ ପ୍ଲାଟଫର୍ମରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦେଶରେ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ର କେତେକ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରଦୂଷଣ ମାନକର ଉଲ୍ଲଙ୍ଘନ ପାଇଁ ସଂଶୋଧିତ ଜୋରିମାନା ମଧ୍ୟ ଆଦାୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ଭିତିରେ ଉପରୋକ୍ତ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖାଯାଇଛି ।

Photo:Google

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ନିୟମ ୧୧୫ରେ ସଂଶୋଧନ ପାଇଁ ୦୬.୦୬.୨୦୧୮ରେ ଏକ ବିଜ୍ଞପ୍ତି- ଜିଏସଆର ୫୨୭ (ଇ) ଜାରି କରାଯାଇଥିଲା । ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସଂଯୋଗ କରିବା ଲାଗି ଏଥିରେ କୁହାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବାହାନ ଡାଟାବେସରେ ବୈଦ୍ୟୁତିକ ମାଧ୍ୟମରେ ପ୍ରଦୂଷଣ ଯାଞ୍ଚ ତଥ୍ୟ ଅପଲୋଡ କରିବା ଲାଗି ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର(ପିୟୁସି) ଗୁଡ଼ିକୁ କହିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । (ସ୍ରୋତ ପିଆବି)