Tuesday, October 13, 2026
Home ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ବେଆଇନ ଭାବେ ଲଗାଯାଇଥିବା ୬୫ ଏକର ଚାଷ ଜମିର କଳାଜହର ଗଛକୁ...

ଗୁଣୁପୁର ଉପଖଣ୍ଡରେ ବେଆଇନ ଭାବେ ଲଗାଯାଇଥିବା ୬୫ ଏକର ଚାଷ ଜମିର କଳାଜହର ଗଛକୁ ନଷ୍ଟ କଲା ପ୍ରଶାସନ ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ସୂଚନା ଦେଲେ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ

42

ଗୁଣୁପୁର,୦୨-୧୨-୨୦୨୦(ବିଷମକଟକ/ପ୍ରସନ କୁମାର ପଣ୍ଡା): ଗତକାଲି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଉପଖଣ୍ଡ ର ପଦ୍ମପୁର ବ୍ଲକ୍ରର ଜାମ୍ମଗୁଡା ର ବିଭିନ୍ନ ସ୍ଥାନରେ 65 ଏକର ଜମି ରେ ବେଆଇନ ଭାବେ ଚାଷ କରାଯାଇ ବ୍ୟପାକ ଗଞ୍ଜେଇ କଳା ଜହର ଗଛ କୁ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଙ୍କ ନେତୃତ୍ୱ ରେ ପଦ୍ମପୁର ପୋଲିସ, ପଦ୍ମପୁର ରାଜସ୍ୱ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ କୃଷି ବିଭାଗ ର ମିଳିତ ଚଢ଼ାଉ ରେ ପ୍ରାୟ 65 ଏକର ଚାଷ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କୁ ସମ୍ପୂର୍ଣ ଭାବେ ନଷ୍ଟ କରାଯାଇଥିବା

ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 8 କୋଟି ଟଙ୍କା ହେବ ବୋଲ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଆଗକୁ ଏହି ଭଳି ବେଆଇନ ଭାବେ ଚାଷ କରାଯାଇଥିବା ଜମି ର ସମ୍ପୂର୍ଣଭାବେ ନଷ୍ଟ କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡିଛି | ଏହି ଚଢ଼ାଉ ବେଳେ ପଦ୍ମପୁର ତହସିଲଦାର ନୀଳମାଧବ ମାଝୀ, ଅବକାରୀ ଅଧିକାରୀ ଦିବାକର ମହାପାତ୍ର ଙ୍କ ସହ କୃଷି ଏବଂ ଜଙ୍ଗଲ ବିଭାଗ ର ବହୁ ଅଧିକାରୀ ଉପସ୍ଥିତ ଥିଲେ ।