Home ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ବେଆଇନ ଭାବେ ଲଗାଯାଇଥିବା ୬୫ ଏକର ଚାଷ ଜମିର କଳାଜହର ଗଛକୁ...

ଗୁଣୁପୁର ଉପଖଣ୍ଡରେ ବେଆଇନ ଭାବେ ଲଗାଯାଇଥିବା ୬୫ ଏକର ଚାଷ ଜମିର କଳାଜହର ଗଛକୁ ନଷ୍ଟ କଲା ପ୍ରଶାସନ ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ସୂଚନା ଦେଲେ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ

41

ଗୁଣୁପୁର,୦୨-୧୨-୨୦୨୦(ବିଷମକଟକ/ପ୍ରସନ କୁମାର ପଣ୍ଡା): ଗତକାଲି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଉପଖଣ୍ଡ ର ପଦ୍ମପୁର ବ୍ଲକ୍ରର ଜାମ୍ମଗୁଡା ର ବିଭିନ୍ନ ସ୍ଥାନରେ 65 ଏକର ଜମି ରେ ବେଆଇନ ଭାବେ ଚାଷ କରାଯାଇ ବ୍ୟପାକ ଗଞ୍ଜେଇ କଳା ଜହର ଗଛ କୁ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଙ୍କ ନେତୃତ୍ୱ ରେ ପଦ୍ମପୁର ପୋଲିସ, ପଦ୍ମପୁର ରାଜସ୍ୱ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ କୃଷି ବିଭାଗ ର ମିଳିତ ଚଢ଼ାଉ ରେ ପ୍ରାୟ 65 ଏକର ଚାଷ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କୁ ସମ୍ପୂର୍ଣ ଭାବେ ନଷ୍ଟ କରାଯାଇଥିବା

ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 8 କୋଟି ଟଙ୍କା ହେବ ବୋଲ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଆଗକୁ ଏହି ଭଳି ବେଆଇନ ଭାବେ ଚାଷ କରାଯାଇଥିବା ଜମି ର ସମ୍ପୂର୍ଣଭାବେ ନଷ୍ଟ କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡିଛି | ଏହି ଚଢ଼ାଉ ବେଳେ ପଦ୍ମପୁର ତହସିଲଦାର ନୀଳମାଧବ ମାଝୀ, ଅବକାରୀ ଅଧିକାରୀ ଦିବାକର ମହାପାତ୍ର ଙ୍କ ସହ କୃଷି ଏବଂ ଜଙ୍ଗଲ ବିଭାଗ ର ବହୁ ଅଧିକାରୀ ଉପସ୍ଥିତ ଥିଲେ ।