Thursday, November 12, 2026
Home ଜିଲ୍ଲା ମୁନୀଗୁଡାରେ ମାର୍ଗଶିରମାସର ମା ମହାଲକ୍ଷ୍ମୀଙ୍କ ଐତିହାସିକ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ

ମୁନୀଗୁଡାରେ ମାର୍ଗଶିରମାସର ମା ମହାଲକ୍ଷ୍ମୀଙ୍କ ଐତିହାସିକ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ

92

ମୁନିଗୁଡା,୦୨-୧୨-୨୦୨୦(ବିଷମକଟକ/ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡା ପାଇକସାହିରେ ବିଜୁପଟ୍ଟନାୟକ ଯୁବକ ସଂଘ ଆନୁକୂଲ୍ୟରେ ଦୀର୍ଘ ଦିନ ହେବ ଦାୟିତ୍ବ ନେଇ ମା ମହାଲକ୍ଷ୍ମୀଙ୍କ ଯାତ୍ରା ସୁଚାର ରୁପେ ଚଳାଇ ଆସୁଥିବା ଶ୍ରୀ ପୂର୍ଣଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ଆଜି ଚଳିତ ବର୍ଷର ମହାଲକ୍ଷ୍ମୀ ଙ୍କ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ କୋଭିଡି ନିୟମ ଅନୁସାରେ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ପୂଜକ ଶ୍ରୀ ଜଗବନ୍ଧୁ ପଣ୍ଡା ଓ ତାଙ୍କର ସହଯୋଗୀ ପୂଜକ ମାନଙ୍କ ଦ୍ବାରା ପୂଜାଅର୍ଚନା କରାଯାଇଥିଲା।

ଅରକ୍ଷିତ ମାର୍ଥା ସଙ୍କଳ୍ପ କରିଥିଲେ। ପ୍ରକାଶ ଥାଉକି ଚଳିତ ବର୍ଷ ମହାମାରୀ କରୋନା ପାଇଁ ନିରାଡମ୍ବର ଭାବେ ଓ ସରକାରଙ୍କ କୋଭିଡି ନିୟମ ପ୍ରକାରେ ଵିଧିମୁତାଵକ ପୂଜା କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ପୂର୍ଣଚନ୍ଦ୍ର ଗୌଡ ପ୍ରକାଶ କରିବାସହ କରୋନା ଆମର ସମସ୍ତ ଆନନ୍ଦ ଉଲ୍ଲାସରେ ଭଟ୍ଟା ପକାଇ ଦେଇଥିବାରୁ ଆମେ ସମସ୍ତେ ମିଶି କରୋନାକୁ ହଟାଇବା ପାଇଁ ମାଙ୍କ ନିକଟରେ ତାଙ୍କ ପୂଜାରେ ପ୍ରାର୍ଥନା କରିଵାକୁ ଶ୍ରୀ ଗୌଡ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।ଶ୍ରୀ ଗୈଡ ଙ୍କ ଏପରି କାର୍ଯ୍ୟ ପାଇଁ ମୁନିଗୁଡା ସହରରେ ବହୁତ ଜନ ସାଧାରଣ ତାଙ୍କୁ ସାଧୁବାଦ ଜଣାଉ ଛନ୍ତି।