Home ଜାତୀୟ ଦିଲ୍ଲୀ ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ସଭାପତି ଶତ୍ରୁଘନ ନାୟକ ଙ୍କ ଦେହାନ୍ତ

ଦିଲ୍ଲୀ ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ସଭାପତି ଶତ୍ରୁଘନ ନାୟକ ଙ୍କ ଦେହାନ୍ତ

208

ନୂଆଦିଲ୍ଲୀ, ୦୧-୧୨-୨୦୨୦(ଲକ୍ଷ୍ମୀ ନାରାୟଣ ବେଵାର୍ତା) : ଶ୍ରୀ ନୀଳାଚଳ ସେବାସଙ୍ଘ ଦ୍ୱାରl ପରିଚାଳିତ ଦିଲ୍ଲୀ ର ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ବରିଷ୍ଠ ସଦସ୍ୟ ରହି ଆସିଥିବା ଓ ନିକଟରେ କାର୍ଯ୍ୟକାରୀ ସଭାପତି ଥିବା ଶତ୍ରୁଘନ ନାୟକ ଙ୍କ ଗତରବିବାର ଅପରାହ୍ନ ଦୁଇ ଟା ବେଳେ ଫରିଦାବାଦ ସ୍ଥିତ ଏକ ଘରେଇ ଚିକିତ୍ସାଳୟ (ମେଟ୍ରୋ ହସ୍ପିଟାଲ )ରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ହୋଇଥିବା ଜଣାଯାଇଛି. ମୃତ୍ୟୁ ବେଳକୁ ସ୍ବର୍ଗତ ନାୟକ ଙ୍କୁ( 67) ଶତଷଠି ବର୍ଷ ବୟସ ହୋଇଥିଲା |

ଗତକିଛି ମାସ ଧରି ସେ ଫୁସଫୁସ ସଂକ୍ରାନ୍ତ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ବେଳେ ନିକଟରେ କରୋନା ରୋଗ ରେ ଆକ୍ରାନ୍ତ ହୋଇ ଶେଷନିଃଶ୍ବସ ତ୍ୟାଗକରିଥିଲେ. କେନ୍ଦ୍ରାପଡ଼ାଜିଲ୍ଲାର ରାଜନଗର ଅଂଚଳର କୋଇଲପୁର ପଂଚାୟତ ର ବିଲକାଳୁପଡା ଗାଁ ରେ ଜନ୍ମିତ ସ୍ବର୍ଗତ ନାୟକ ସନ 1972ମସିହା ରେ ଦିଲ୍ଲୀଆସି ପ୍ରଥମେ ଜଣେ ପାଣିପାଇପ (plumbing) କାରିଗର ଭାବେ ନିଜର ବୃତ୍ତି ଆପଣାଇ କରି ପରବର୍ତ୍ତୀ ପର୍ଯ୍ୟାୟ ରେ ସେ ଜଣେ ଉଚ୍ଚକୋଟୀର ଓ ସଫଳ ଠିକାଦାରଭାବେ ନିଜର ବ୍ୟବସାୟକ ଜୀବନ ରେ ନିଜକୁ ବେଶ ପ୍ରଥୀଷ୍ଠl କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ.

ଧାର୍ମିକଭାବନା ସହ ସବୁବେଳେ ନିଜକୁ ଜଡିତ ରହି ଆସୁଥିବା ସ୍ବର୍ଗତ ନାୟକ ନିଜ ଜନ୍ମମାଟି ଗାଁ ରେ ସନ 2015 ମସିହା ରେ ଏକ ଭବ୍ୟ ରାଧାକୃଷ୍ଣମନ୍ଦିର ପ୍ରଥୀଷ୍ଠ କରିବା ସହ ମୃତ୍ୟୁଯାଏ ତାହାର ପରିଚାଳନା ପାଇଁ ସମସ୍ତ ବ୍ୟବସ୍ତା କରିଆସୁଥିଲେ. ଏଥିସହ ଦିଲ୍ଲୀ ଶ୍ରୀ ନୀଳାଚଳ ସେବାସଙ୍ଘ ର ସେ ଜଣେ ନିଷ୍ଠାପର କର୍ମକର୍ତ୍ତା ଭାବେ କାର୍ଯ୍ୟକରି ଆସୁଥିଲେ.ସମାଜ ସେବା, ଓଡ଼ିଆ ଙ୍କ ସୁଖଦୁଃଖ ରେ ମଧ୍ୟ ସହଯୋଗ ର ହାତ ବଢ଼ାଉ ଥିଲେ. ପ୍ରାରମ୍ଭ ରେ ଶ୍ରୀନୀଳାଚଳସେବା ସଙ୍ଘ ର କାର୍ଯ୍ୟକାରି ସଦସ୍ୟ ଥିବା ସ୍ବର୍ଗତ ନାୟକ ପରବର୍ତ୍ତୀ ପର୍ଯ୍ୟାୟ ରେ କିଛିବର୍ଷ ଉପସଭାପତି ରହିଆସିଥିବା ବେଳ ନିକଟରେ ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ. ସନ 2007ମସିହା ରେ ତାଙ୍କ ପତ୍ନୀଙ୍କର ବିୟୋଗ ପରେ ସେ ନିଜକୁ ଭାଙ୍ଗି ପଡ଼ିଥିଲେ . ମୃତ୍ୟୁବେଳକୁ ତାଙ୍କ ଦୁଇ ପୁତ୍ର, ପୁତ୍ରବୋଧୁ, ଝିଅ ଜୋଇଁ ସହ ଭାଇ ଓ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ |

କରୋନା କଟକଣା ଯୋଗୁ ଦିଲ୍ଲୀ ରେ ଥିବା ତାଙ୍କ ନିଜସ୍ୱ ବାସ ଭବନ କlଲାକାଜୀ ଏରିଆ କୁ ଅଣାଯାଇ ନପାରି ତାଙ୍କ ପାର୍ଥବ୍ୟ ଶରୀର କୁ ଫରିଦାବାଦ ରେ ହିଁ ଏକ ଶୋକାକୁଳ ପରିବେଶ ମଧ୍ୟରେ ସଂସ୍କାର କରାଯାଇଥିଲା. ତାଙ୍କ ବିୟୋଗ ରେ ଶ୍ରୀନୀଳାଚଳ ସେବାସଙ୍ଘ ପକ୍ଷରୁ ସମ୍ପାଦକ ରବୀନ୍ଦ୍ରପ୍ରଧାନ ଗଭୀର ଶୋକପ୍ରକାଶ କରିବା ସହ ସ୍ବର୍ଗତ ନାୟକ ଜଣେ ନିଷ୍ଠାପର କର୍ମୀ, ବନ୍ଧୁପ୍ରେମୀ, ସରଳ, ସ୍ନେହୀ ବ୍ୟକ୍ତି ଥିଲେ ଏବଂ ଆମ୍ଭମାନଙ୍କ ପାଇଁ ଜଣେ ମାର୍ଗଦର୍ଶକ ଥିଲେ ବୋଲି ମତ ଦେବା ସହ ଦୀର୍ଘବର୍ଷ ଧରି ସେ ନୀଳାଚଳ ସେବା ସଙ୍ଘ ସହ ଜଡିତ ଥିଲେ. ତାଙ୍କ ବିୟୋଗ ସଙ୍ଘ ପାଇଁ ଏକ ଅପୂରଣୀୟ କ୍ଷତି ହେଲାବୋଲି ସମ୍ପାଦକ ଶ୍ରୀ ପ୍ରଧାନ କହିବାସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ଗଭୀର ସମବେଦନା ଜଣାଇ ଜଗନ୍ନାଥ ତାଙ୍କ ଆତ୍ମା ର ସଦଗତି କରନ୍ତୁ ବୋଲି କହିଥିଲେ |