
ଗଞ୍ଜାମ,୦୧-୧୨-୨୦୨୦(ପ୍ରଦୀପ କୁମାର ସାହୁ) : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ଭାବନା କୁ ଦୃଷ୍ଟିରେ ରାଜ୍ୟସରକାର ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଧାଣ ନିମନ୍ତେ କଟକଣା ଜାରୀ କରାଯାଇଥିଲା ତେବେ ପ୍ରତିବର୍ଷ ପରି ଚଳିତ ଓଡ଼ିଶାର ପ୍ରାଚୀନ ପରମ୍ପରା କୁ ପାଳନ କରିବାକୁ ନେଇ ହବିସିଆଳି ଓ ଶ୍ରଦ୍ଧାଳୁ ମାନେ ଗଞ୍ଜାମ ସହର ନିକଟ ଦେଇ ପ୍ରବାହିତ ହୋଇଥିବା ପୁଣ୍ୟତୋୟା ଋଷିକୁଲ୍ୟା ନଦୀ କୁ ଭୋର ସମୟରୁ ବୋଇତ ବନ୍ଧାଣ ପାଇଁ ଯାଇଥିବା ବେଳେ ସ୍ଥାନୀୟ ପୋଲିସ ସେମାନଙ୍କୁ ବାରଣ କରିଥିବା ଦେଖିବାକୁ ମିଳିଥିଲା।

Pinterest
ଫଳରେ ଋଷିକୁଲ୍ୟା ନଦୀକୁଳରେ ଚଳିତ ବର୍ଷ ଜନଗହଳି ଦେଖିବାକୁ ମିଳି ନଥିଲା।ଯାହାକୁ ନେଇ ବୋଇତ ବନ୍ଧାଣ ଉତ୍ସଵ ଫିକା ପଡିଥିବା ପରିଲକ୍ଷିତ ହୋଇଥିଲା। ମହିଳା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ସହରରେ ରହିଥିବା ଖଣ୍ଡେଶ୍ୱର ଶୈବପୀଠ ଜଗାନ୍ନାଥ ମନ୍ଦିର ମାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ବଢି ଭୋର ସମୟରୁ ବାରଣ କରାଯାଇଥିବା ଦେଖିବାକୁ ମିଳିଥିଲା।



