Saturday, November 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳନ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳନ

98
Freepik

ଆସିକା,(ଗଂଜାମ ଜ଼ିଲ୍ଲା) ୦୧-୧୨-୨୦୨୦(ବ୍ୟୁରୋ): ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡ଼ସ୍ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ କଲେଜର ସମସ୍ତ କର୍ମଚାରୀଙ୍କ ଗହଣରେ ଏଡ଼ସ୍ ସଚ଼େତନତାର ଶପଥ ପାଠ କରାଇ ଥିଲେ। ଯୁବ ରେଡକ୍ରସ୍ ତରଫରୁ ସମସ୍ତ କର୍ମଚାରୀଙ୍କୁ ଏଡ୍ସ ସଚ଼େତନତାର ଲିଫଲେଟ୍ ତଥା ତଥା ରେଡ୍ ରିବନ୍ କ୍ଳବ ଦ୍ବାରା ରିବନ ପରିଧାନ କରାଯାଇଥିଲା।

ଏହି ପ୍ରରୀପ୍ରେକ୍ଷୀରେ ଅଧ୍ୟକ୍ଷ ସମସ୍ତଙ୍କୁ ସାମାଜିକ ଓ ବ୍ୟକ୍ତିଗତ ଚାରିତ୍ରିକ ସୁଧାର ଦ୍ବାରା ଏହି ବିଶ୍ବ ମହାମାରୀକୁ ରୋକା ଯାଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଯୁବ ରେଡ଼କ୍ରସ୍ ର ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଦେବବ୍ରତ ସାହୁ ଏବଂ ଜାତୀୟ ସେବା ସଂସ୍ଥାର ଅଧିକାରୀ ଅଧ୍ୟାପକ ସରୋଜ ପଣ୍ଡା, ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡ଼ରଇତ, ଅଧ୍ୟାପିକା ସୁଶ୍ରୀ ସସ୍ମିତା ପାତ୍ର କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ।