Home ଅପରାଧ ବିଷମ କଟକ ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ବେଆଇନ ଗୁଟଖା ଜର୍ଦା ଜବତ : ମିନି...

ବିଷମ କଟକ ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ବେଆଇନ ଗୁଟଖା ଜର୍ଦା ଜବତ : ମିନି ଟ୍ରକ ସହ ୪ ଗିରଫ

167

ବିଷମକଟକ,୦୧-୧୨-୨୦୨୦(ରାୟଗଡା ଜିଲ୍ଲା/ପ୍ରସ୍ନନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ଏକ ମିନି ଟ୍ରକ ଜବତ ,ଏଥିରି 130 ବସ୍ତା ଗୁଟଖା 26 ବସ୍ତା ଓ ଜର୍ଦା ଜବର କରି 4 ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଗତ କାଲି ବିଳମ୍ବିତ ରାତ୍ରରେ ବିଷମ କଟକ ପୋଲିସ ସ୍ଥାନୀୟ ସାର୍ତ୍ତେଲି ଛକ ନିକଟର ପେଟ୍ରୋଲିଂ କରିବା ସମୟ ରେ ଏହି ମିନି ଟ୍ରକ କୁ ସନ୍ଧେହ କରିବା ପରେ ଅଟକ ରଖି ଯାଞ୍ଚ କରିଥିଲା ଏହି ସମୟରେ ଏହି ମିନି ଟ୍ରକରେ ବିପୁଳ ପରିମାଣର ଗୁଟଖା ଓ ଜର୍ଦା ଥିବା ଜାଣିବା ପରେ ଏହି ମିନି ଟ୍ରକ କୁ ଜବତ କରି 4 ଜଣଙ୍କ ନାମରେ ବିଷମ କଟକ ଥାନାରେ ମାମଲା ରୁଜୁକରିଛି ।

ଖବର ନେଵାରୁ ଜଣା ପଡ଼ିଛି ଗଂଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଠାରୁ ବିପୁଳ ପରିମାଣ ର ଗୁଟଖା ଓ ଜର୍ଦା ଏକ ମିନି ଟ୍ରକରେ ନେଇ ରାୟଗଡା ଜିଲ୍ଲା ଅଭିମୁଖେ ଚାନ୍ଦିଲି ଓ ମୁନିଗୁଡା ସହର ର ଦୁଇ ବ୍ୟବସାୟ ଙ୍କ ପାଖ କୁ ଆସୁଥିବା ବେଳେ ଏହି ବେଆଇନ ସାମଗ୍ରୀ ଜବତ ହୋଇଛି । ଏହି ବେଆଇନ ଗୁଟଖା ଜର୍ଦା କାରବାର ରେ ବ୍ରହ୍ମପୁର ବଡ଼ବଜାର ର ରବୀନ୍ଦ୍ର ସାହୁ, ଅମ୍ବାଗୁଡା ଗ୍ରାମ ଦକ୍ଷିଣ ପୁର ସଦର ଥାନା ର ସନ୍ତୋଷ ବଦତ୍ୟ, ରାୟଗଡା ଜିଲ୍ଲା ମୁନିଗୁଡା ଥାନା ର ଏ.ସତ୍ୟନାରାୟଣ , ଚାନ୍ଦିଲି ଥାନା ର ଆଶିଷ ଅଗ୍ରୱାଲ ଏହି 4 ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ସହ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ କରାଯାଇଥିବା ଗୁଟଖା ଓ ଜର୍ଦାର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବିଷମ କଟକ ଥାନା ଅଧିକାରୀ ଜଶ୍ଵନ୍ତ ହିଆଲ ସୂଚନା ଦେଇଛନ୍ତି । ଏହି ପରି ସୋଚଟ୍ ବିଷମକଟକ ଥାନା ଅଧିକାରୀ ଙ୍କୁ ସବୁ ମହଲରେ ସାଧୁବାଦ ଜଣାଇ ଛନ୍ତି।