
ବିଷମକଟକ,୦୧-୧୨-୨୦୨୦(ରାୟଗଡା ଜିଲ୍ଲା/ପ୍ରସନ କୁମାର ପଣ୍ଡା):ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଡାଙ୍ଗସୋରଡା ସମବାୟ ସମିତି ଠାରେ ମଙ୍ଗଳବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଡାଙ୍ଗସୋରଡା ସମବାୟ ସମିତିର ବି ଆର ସି ରଞ୍ଜିତ କୁମାର ଦାସ ଏବଂ ଡାଙ୍ଗସୋଡା ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ଦିସାଲ ଙ୍କ ମିଳିତ ଭାବରେ ଏହି ଧାନ ମଣ୍ଡି ଟିକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ ରେ ଚନ୍ଦ୍ରପୁର ବ୍ଲକ୍ ର କେତେକ ଚାଷୀ ଉପସ୍ଥିତ ଥିଲେ। ଏବଂ ମିଲରସ୍, ଓ ସମବାୟ ସମିତିର ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ଉପସ୍ଥିତ ଥିଲେ।













